ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଏକାମ୍ର କ୍ଷେତ୍ର
ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଏହି ପ୍ରାଚୀନ ମନ୍ଦିର କେବଳ ଧାର୍ମିକ ବିଶ୍ୱାସ ନୁହେଁ ଓଡିଆ
ଜାତିର ବୈଜ୍ଞାନିକ ଭିତିଭୂମି ଓ ଜ୍ଞାନର ପ୍ରମାଣ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ପୂର୍ବଜମାନେ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲେ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଏହି ମନ୍ଦିର ଶତାବ୍ଦୀ ଶତାବ୍ଦୀ ଧରି ନିଜ ପରିଚୟ ଦେଉଛି ଏବଂ ଏହା ଓଡିଆ ମାନଙ୍କ ପାଇଁ ସୌଭାଗ୍ୟର ବିଷୟ । ଭୁବନେଶ୍ୱରକୁ ବିଶ୍ୱର ଆଧୁନିକ ସହର ଭାବେ ତିଆରି କରିବା ପାଇଁ ସମସ୍ତଙ୍କ
ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Spread the love