କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ତିରୁବନନ୍ତପୁରମ ଠାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ଙ୍କ ସହ ରାଜ୍ୟରେ ବିଭିନ୍ନ ତୈଳ, ଗ୍ୟାସ
ଓ ଇସ୍ପାତ୍ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।
ତିରୁବନନ୍ତପୁରମ ଗସ୍ତ ଅବସରରେ ଭାରତୀୟ ଧାତୁ ସଂସ୍ଥାନ ୫୭ତମ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ସମାରୋହ ଓ ତାର
୭୩ ତମ ବାର୍ଷିକ ଟେକ୍ନିକାଲ ବୈଠକରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ
ଦିବସ ପୁରସ୍କାର ଓ ଭାରତୀୟ ଧାତୁ ସଂସ୍ଥାନ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ସମାରୋହରେ ସାମିଲ ହୋଇଥିବା ପ୍ରତିନିଧି ମାନଙ୍କୁ ଅପିଲ କରିଥିଲେ ଯେ ଅଧିକ ଆତ୍ମ ନିର୍ଭରତା ପାଇଁ ଉଚ୍ଚ ସ୍ତରର ଷ୍ଟିଲର ଉତ୍ପାଦନର ଆହ୍ୱାନକୁ ସେମାନେ ସ୍ୱୀକାର କରନ୍ତୁ । ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ କ୍ଷେତ୍ରରେ ଅଧିକ ନିରନ୍ତରତାର ଦିଗରେ କାର୍ଯ୍ୟ କରିବା ଓ ଭାରତୀୟ ସବୁଜ ଅର୍ଥନୀତିର
ମଡେଲ ସୃଜନ କରିବା ଦିଗରେ ପ୍ରୋତ୍ସାହିତ କରିଥିଲେ ।
ଇସ୍ପାତର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ପ୍ରଧାନ କହିଥିଲେ ଯେ ଆଧୁନିକ ଅର୍ଥନୀତି ନିର୍ମାଣରେ ଇସ୍ପାତ ସହିତ ଅନ୍ୟ ଧାତୁର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବେ । ଇସ୍ପାତର ବ୍ୟବହାର ଓ ଦେଶର ଆର୍ଥିକ ବୃଦ୍ଧି ମଧ୍ୟରେ ଏକ ଶକ୍ତିଶାଳୀ ସକାରାତ୍ମକ ପାରସ୍ପାରିକ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାଂଚ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ରାସ୍ତାରେ ଭାରତ ଅଗ୍ରସର ହେଉଛି । ସମସ୍ତଙ୍କ ସାମୁହିକ ପ୍ରୟାସରେ ଏହି ସ୍ୱପ୍ନ
ସାକାର ହେବ । ଆମେ ସମସ୍ତଙ୍କୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇସ୍ପାତର ଇଚ୍ଛାଶକ୍ତି ସହ ମିଶି କାମ କରିବାକୁ
ହେବ ବୋଲି ସେ କହିଛନ୍ତିା

Spread the love