ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ପାଂଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସାଉଦିଆରବର ଜିଦ୍ହା ଠାରେ ସେଠାକାର ଶକ୍ତି ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲ ଅଜୀଜ ସଲମାନଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସାଉଦି ମନ୍ତ୍ରୀ ହାଇଡ୍ରୋକାର୍ବନ ରପ୍ତାନୀ ଦିଗରେ ସାଉଦିଆରବ ଭାରତ ସହ ଏକ ବିଶ୍ୱାସନୀୟ ଏବଂ ସ୍ଥାୟୀ ଭାଗିଦାରୀ ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସାଉଦିଆରବ ଭାରତରେ ପୁଞ୍ଜିନିବେଶ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟଙ୍କ ଆଲୋଚନାରୁ ଜଣାପଡିଛି ।

Spread the love