ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢି ତୋଳିବା  ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶୁତିବଦ୍ଧ ବୋଲି ସୋମବାର ଭୁବନେଶ୍ୱର ଏକାମ୍ର ନିର୍ବାଚନ
ମଣ୍ଡଳି ପାଇଁ ଆୟୋଜିତ ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଭିଡିଓ କନଫରେନ୍ସିଂ  ଯୋଗେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳିର  ବିଧାୟକ ପ୍ରାର୍ଥୀ ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ  ଏକ ଉତମ ସୁଶାସନ ପ୍ରତିଷ୍ଠା ହୋଇପାରିଛି । ଗ୍ରାମରୁ ସହର ପର୍ଯ୍ୟନ୍ତ ଗରିବ, ମହିଳା, ଦିବ୍ୟାଙ୍ଗ,କୃଷକ,  ଯୁବପିଢି ତଥା ସବୁ ବର୍ଗଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ପହଁଚିପାରିଛି ।  କରୋନା ମହାମାରୀ ସମୟରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଠିଆ ହୋଇଛନ୍ତି । ପ୍ରଧାନମନ୍ତ୍ରୀ  ଦେଶରେ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସମସ୍ତଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହାସହ ଏହି
ଅଭିଯାନରେ ଓଡିଶାକୁ ସାମିଲ କରି ପ୍ରଧାନମନ୍ତ୍ରୀ ରାଜ୍ୟକୁ ସମ୍ମାନ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଇବା ।ପାଇଁ ଏବଂ ଦଳର ଏହି ଜନସମ୍ପାଦ ଅଭିଯାନକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଥିଲେ ।  ଏହାସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ  ଜଣାଇଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି କଟିବଦ୍ଧ । ଲୋକ
ବିଶେଷ ଭାବରେ ଗରିବ ଲୋକଙ୍କର ବିକାଶ ପାଇଁ ସେ କଟିବଦ୍ଧ ବୋଲି କହିଥିଲେ । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର  ଓଡିଶାର ଭୁବନେଶ୍ୱର ସମେତ ସବୁ ଅଂଚଳର ବିକାଶ ପାଇଁ କାମ କରୁଛନ୍ତି ବୋଲି କହିଥିଲେ ।

ଏକାମ୍ର ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ବାବୁ ସିଂହ କହିଛନ୍ତି ଯେ ମୋଦି ସରକାରଙ୍କ ଦ୍ୱିତୀୟ  କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ ଆୟୋଜିତ ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି ଏକାମ୍ର ନିର୍ବାଚନ ମଣ୍ଡଳିରୁ ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମକୁ ମାନି ପ୍ରଧାନମନ୍ତ୍ରୀ  ମୋଦିଙ୍କ ୬ ବର୍ଷ ଶାସନରେ ଓଡିଶାରେ ହୋଇଥିବା କଲ୍ୟାଣକାରୀ ଯୋଜନା ଏବଂ ଲୋକଙ୍କୁ ଏଥିପାଇଁ ମିଳୁଥିବା ସୁବିଧାକୁ ଘରେ ଘରେ ପହଁଚାଇବା ରାଲିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।  ଏହି କାର୍ଯ୍ୟକ୍ରମରେସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଏକାମ୍ର ବିଧାନସଭା ମଣ୍ଡଳି  କାର୍ଯ୍ୟର୍ତାମାନେ ଅଂଶଗ୍ରହଣ କରିଥିଲେ ।

Spread the love