ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥିରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଏବଂ ବିଚାରଧାରା ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କ ପାଇଁ ଆଦର୍ଶ ବୋଲି ତାଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୂଆଦିଲ୍ଲୀ ହଜଖାସ ସ୍ଥିତ ଡ଼ିଡ଼ିଏ ପାର୍କ ପରିସରରେ ବୃକ୍ଷରୋପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ ସାଂସ୍କୃତିକ ରାଷ୍ଟ୍ରବାଦର ଶିଳ୍ପକାର ଏବଂ ଭାରତର ସଂସ୍କୃତି, ସଭ୍ୟତା, ଏକୀକରଣ ଏବଂ ବିକାଶ ପାଇଁ ଆଜୀବନ ସଂଘର୍ଷ କରିଥିଲେ । ପଶ୍ଚିମବଙ୍ଗର ହିତକୁ ରକ୍ଷା କରିବା ହେଉ କିମ୍ବା ଜାମ୍ମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ମିଶାଇବା ପାଇଁ ଲଢ଼େଇ କରିବା ହେଉ, ଶ୍ୟାମା ପ୍ରସାଦଜୀଙ୍କ ଦେଶ ପାଇଁ ଥିବା ଅବଦାନକୁ କେବେ ଭୁଲା ଯାଇପାରିବ ନାହିଁ ।

ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶକୁ ଜନସଂଘର ରୂପରେ ଏକ ରାଷ୍ଟ୍ରବାଦୀ ବିଚାର ଏବଂ ବିକଳ୍ପ ଦେଇଛନ୍ତି । ତାଙ୍କର ରାଜନୀତି ସିଦ୍ଧାନ୍ତ, ସଂକଳ୍ପ ଏବଂ ବିଚାରଧାରାରେ ପ୍ରେରିତ ଥିଲା । ଏଭଳି ଜଣେ ମହାନ ଦେଶଭକ୍ତ ଏବଂ ଦୂରଦର୍ଶୀ ନେତାଙ୍କ ଜୀବନୀ ଏବଂ ବିଚାରଧାରା ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କ ପାଇଁ ଆଦର୍ଶ। ସ୍ୱାଧୀନତା ପରବର୍ତୀ ଅବସ୍ଥାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶରେ ଏକ ବୈକଳ୍ପିକ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ।କେବଳ ଗୋଟିଏ ଦେଶରେ ଦୁଇଟି ବିଧାନ ଓ ଦୁଇଟି ନିଶାନର କଥା ନଥିଲା, ମୂଳଭୁତ ଭାବେ ଦେଶର ଅର୍ଥନୀତି କେଉଁ ଭଳି ହେବ, ଦେଶର ବିକାଶ, ରାଷ୍ଟ୍ରୀୟ ସୁରକ୍ଷା, ସମାଜ ନୀତି କେଉଁ ଭଳି ହେବ ଓ ଆମୁଳ ଚୂଳ ବିକଳ୍ପ ରଖୁଥିବା ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ୟାମାପ୍ରସାଦଜୀଙ୍କ ବିଚାରଧାରାର ମାର୍ଗରେଚାଲି ବିଜେପିବିଶ୍ୱର ସର୍ବବୃହତ ରାଜନୈତିକ ବିଚାର ପରିବାର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାରକରି ତାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମାତୃଭୂମି ପାଇଁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଲପାଇବା ଲମ୍ବା ସମୟ ଧରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଗ୍‌ଦର୍ଶନ ଦେଉଥିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love