ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆୟୁଷ୍ମାନ ଭାରତ ଯୋଜନାକୁ ଯଥାଶୀଘ୍ର ଲାଗୁ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ସଂକ୍ରମଣ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଏହି ଘଡିସନ୍ଧି ମୁହୂର୍ତରେ ଓଡ଼ିଶାବାସୀ ତଥା ସାରାଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।

ଓଡ଼ିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ଅନୁରୋଧ ରାଜ୍ୟରେ ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଏହି ଘଡିସନ୍ଧି ମୁହୂର୍ତରେ ତୁରନ୍ତ ଲାଗୁ କରନ୍ତୁ । ପୂର୍ବରୁ କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ଏହି ଯୋଜନା ଲାଗୁ କରିବାକୁ କହିଥିଲେ ବି ରାଜ୍ୟ ସରକାର ଏହାକୁ ଲାଗୁ କରିନାହାଁନ୍ତି ।

ତେଣୁ ବର୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନା ଥାଉ କି ୨୦୧୮ ମସିହାରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ । ପଛୁଆ ବର୍ଗର ପରିବାରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବାର ଏହି ଯୋଜନାରେ ସୁବିଧା ରହିଛି ।

Spread the love