ଦେଶଧାର୍ମିକ ନୁହେଁ ମାନବିକତା ଆଧାରରେ ନାଗରିକତା ଦେବାର ଆଇନ୍ ସିଏଏ: ଧର୍ମେନ୍ଦ୍ର

ନାଗରିକତା ସଂଶୋଧନ ଆଇନ(ସିଏଏ) ନାଗରିକତା ନେବାର ଆଇନ ନୁହେଁ ନାଗରିକତା ପ୍ରଦାନ କରିବାର ଆଇନ୍ । ସିଏଏ ଧାର୍ମିକ ନୁହେଁ ବରଂ ମାନବିକତାର ଆଧାରରେ ନାଗରିକତା ଦେବାର ଆଇନ୍ ଅଟେ ବୋଲି ରବିବାର ଉତରପ୍ରଦେଶ ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

ଦେଶବ୍ୟାପୀ ବିଜେପିର ଜନଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳି ବାରଣାସୀର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଦଳୀୟ ଜନଜାଗରଣ ଅଭିଯାନ ଅବସରରେ ଶ୍ରୀ ପ୍ରଧାନ ଉତରପ୍ରଦେଶ ସୋନକର ସମାଜର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ସୋନକର, ଅନ୍ତରାଷ୍ଟ୍ରୀୟ ବାସ୍କେଟ୍ ବଲ ଖେଳାଳି ଶ୍ରୀ ବିଶେଷ ଭୃଗୁବଂଶୀ, ବନାରସ ବାର୍ ଆସୋସିଏସନର ପୂର୍ବ ଅଧ୍ୟକ୍ଷ ଆଡଭୋକେଟ୍ ରାଜେଶ ମିଶ୍ରାଙ୍କୁ ଆଦି ସାକ୍ଷାତ୍ କରି ସିଏଏ ଉପରେ ସଚେତନତା କରିଥିଲେ । ଏହା ଉପରେ ହେଉଥିବା ଅପପ୍ରଚାର ଉପରେ ଆଲୋକପାତ କରିବା ସହ ସିଏଏ ଆଇନ ପାଇଁ ସମର୍ଥନ ଲୋଡିଥିଲେ ।

Spread the love