ଓଡିଶାରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ କରୋନା ମୁକାବିଲା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହେଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିରିଜ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏ ବାବଦରେ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଗାମୀ ୧୫ ଦିନ ଖୁବ ଗୁରୁତ୍ବ ପୂର୍ଣ୍ଣ ଏବଂ ରାଜ୍ୟର କୋଭିଡ ମୁକାବିଲା ବାବଦରେ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ ଦେଉଥିବା ସେ ଜଣାଇଛନ୍ତି। ଗ୍ରାଉଣ୍ଡ ଜିରୋରେ କିଭଳି କଟକଣାକୁ ଅଧିକ ମଜଭୁତ କରାଯାଇପାରିବ ଏବଂ ସିଭିଲ ସୋସାଇଟିକୁ କିଭଳି କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ଏ ବାବଦରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ରାଜ୍ୟରେ ଟିକାକରଣ ପାଇଁ ଅଧିକ ସଂଖ୍ୟକ ଟିକାର ଆବଶ୍ୟକତା ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଥିଲେ। ଏ ବାବଦରେ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ସାର ରସାୟନ ମନ୍ତ୍ରୀଙ୍କ ସେ ଆଲୋଚନା କରିଥିବା ଜଣାଇଛନ୍ତି।

Spread the love