ପରାଜୟ ଭୟରେ ରକ୍ତମୁଖା ହେଉଛି ଶାସକ ଦଳ : ଧର୍ମେନ୍ଦ୍ର ପ୍ରଧାନ

ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଧା ନିର୍ବାଚନ ମଣ୍ଡଳିର ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାକୁ ୧୨ ଘଂଟା ବିତି ସାରିଥିଲା ପରେ ବି ସେଠାରେ ଏସପି
ପହଂଚି ନାହାନ୍ତି କି କାହାରିକୁ ଗିରଫ କରାଯାଇ ପାରିନାହିଁ । ନିର୍ବାଚନର ଠିକ ପୂର୍ବରୁ ଏପରି ହତ୍ୟାକାଣ୍ଡ ଅତ୍ୟନ୍ତ
ନିନ୍ଦନୀୟ ଏବଂ ତା ଠାରୁ ଅଧିକ ଦୁଃଖଦାୟକ ଓ ଚିନ୍ତାଜନକ ହେଉଛି ପୋଲିସ ଏବଂ ପ୍ରଶାସନର ଘଟଣା ପରେ
ପଦକ୍ଷେପ ।

ମୁଖ୍ୟମନ୍ତ୍ରୀ  ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ଉପରେ ଦାୟୀତ୍ୱ ଠେଲି ଦୋଷ ଦେଇ ଖସି ଯିବାର ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବୋଧହୁଏ ଭୁଲି ଯାଉଛନ୍ତି କି ସେ ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ସେ ନିଜେ ହେଉଛନ୍ତି ଗୃହ ବିଭାଗର ମନ୍ତ୍ରୀ ।  ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ୨୪ ଘଂଟା ଭିତରେ ଅପରାଧୀ ଗିରଫ ହେବା ସହ ନିର୍ବାଚନ ଲଢୁଥିବା ପାର୍ଥୀ ମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୃତ ବରଣ କରିଥିବା ମଙ୍ଗୁଳି ଜେନାଙ୍କ ପରିବାର ସହିତ ଭାରତୀୟ ଜନତା ପାର୍ଟି ଅଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି, ଅମିତ ଶାହ ଅଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମୁଁ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତାଙ୍କୁ ଅନୁରୋଧ କରୁଛି ଯେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଆମ ଦେହରେ ବାଜିଥିବା ଗୁଳିର ଜବାବ ଆମକୁ ଭୋଟରେ ଦେବାକୁ ପଡିବ । ଆପଣ ମାନେ ଧୈର୍ଯ୍ୟ ଧରନ୍ତୁ । ଶାସକ ଦଳର ଅପରାଧୀକ ତତ୍ୱମାନଙ୍କୁ ଆମେ ଭୋଟରେ ହରାଇବାକୁ ପଡିବ । ବିବସ୍ତ୍ର କାଣ୍ଡ ଘଟାଇ ଥିବା ପ୍ରତିପତିଶାଳି ବ୍ୟକ୍ତିମାନଙ୍କୁ ଆଗାମୀ ନିର୍ବାଚନରେ ଶାସ୍ତି ଦେବାକୁ ପଡିବ ।
ଗତ ପଂଚାୟତ ନିର୍ବାଚନରେ ୧୭ ରୁ ଅଧିକ ହତ୍ୟା ଶାସକ ଦଳ ଦ୍ୱାରା ହୋଇଥିଲା ।

ଯେଉଁମାନେ ଶାସକ ଦଳକୁ ବିରୋଧ କରିବେ ବା ଶାସକ ଦଳକୁ ନିର୍ବାଚନରେ ହରାଇବା ପାଇଁ ଆଗକୁ ଆସିବେ ସେମାନଙ୍କୁ ହତ୍ୟା କରିବାରେ ଶାସକ ଦଳ ପଛାଇ ନଥିଲା । ଏବେ ସାଧାରଣ ନିର୍ବାଚନରେ ପରାଜୟ ନିଶ୍ଚିନ୍ତ ଜାଣିଲା ପରେ ଶାସକ ଦଳ ଏବେ ପୁଣି ହତ୍ୟାର ପନ୍ଥାକୁ ଆପଣେଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରସାସନର କାର୍ଯ୍ୟଶୈଳିକୁ ଦେଖିଲେ ଆମର ଡର ବଢୁଛି ଓ ଚିନ୍ତା ବଢାଉଛି । ଜିଲ୍ଲାର ଏସପି ଏବେ ବି ତୋଗଲକି ମନସ୍ତିତିରେ ଅଛନ୍ତି । ଏସପିଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୁରରେ ହତ୍ୟାକାଣ୍ଡ ଘଟିଛି । ହେଲେ କି କାମରେ ଏସପି ଏତେ ବ୍ୟସ୍ତ ଅଛନ୍ତି ଯେ ହତ୍ୟାର ୧୦
ଘଂଟାର ପରେ ବି ସେଠାରେ ପହଂଚି ପାରୁନାହାନ୍ତି ।

ଶାସକ ଦଳର ଚାମଚା ହେବାକୁ ଯାଇ ସାମାନ୍ୟ ମାନବିକତା ବି ହରାଇ ସାରିଛନ୍ତି ହରାଇ ଖୋର୍ଧା ଜିଲ୍ଲା ପୋଲିସ ମୁଖ୍ୟ । ଗଣତ୍ୱନ୍ତ୍ରରେ ଏ ପ୍ରକାର ଅଭାବନିୟ ଘଟଣା କେବେ ହୋଇନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଗୁଡିକ ଭୁଷୁଡି ପଡିଲାଣି ।

ଜିଲ୍ଲା ପ୍ରଶାସନ ପୋଲିସକୁ ନିବେଦନ ଯେ ସେମାନେ ତାଙ୍କର ସାମ୍ବିଧାନିକ ଦାୟୀତ୍ୱ ନିଭାନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love