ମମତାଙ୍କ ସହ ନବୀନଙ୍କୁ କଲେ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

 ଆଜି କାଳାହାଣ୍ଡି ନର୍ଲାରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାହୁଲ ଗାନ୍ଧି ଓ ମମତା ବାନାର୍ଜୀ କେନ୍ଦ୍ରରେ ଅସ୍ଥିର ସରକାର ଚାହୁଁଛନ୍ତି । ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଲୋକେ ଏହାର ଜବାବ ଦିଅନ୍ତୁ ଓ କେନ୍ଦ୍ରରେ ସ୍ଥିର ଓ ଦୃଢ ସରକାର ପାଇଁ ଭୋଟଦେବାକୁ ସେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି । ନର୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର । ବିଜେପିର ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ନିମନ୍ତେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏଠାରେ ଏକ ବିଶାଳ ଜନସଭାର ମଧ୍ୟ ଆୟୋଜନ କରାଯାଇଥିଲା ।

ଆଉ ଏହି ଜନସଭାରେ କେନ୍ଦ୍ର ସରକାରଙ୍କ ଗୁଣ ଗାରିମା ବଖାଣିବା ସହ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଆଜି ଭାରତରେ ୭କୋଟି ହିତାଧୀକାରୀ ମୋଦିଙ୍କ ଉଜ୍ଜ୍ୱଳା ଯୋଜନାର ଲାଭ ଉଠାଉଛନ୍ତି । ସେହିପରି ଅଢେଇ କୋଟି ଲୋକଙ୍କ ଘରେ ବିଜୁଳୀ ଆଲୁଅ ଏବଂ ମୁଦ୍ରା ଯୋଜନାରେ ୧୨ କୋଟି ଲୋକଙ୍କୁ ଋଣ ଦିଆଯାଇସାରିଛି । ଖାଲି ଏତିକି ନୁହେଁ ଓଡିଶାରେ ରେଳ ବାଇର ଅନୁଦାନ ମଧ୍ୟ ବୃଦ୍ଧି ପାଇଛି ତେବେ ଏହା କେବଳ ଗୋଟିଏ ଦୃଢ ସରକାର ହେବା ଦ୍ୱାରା ସମ୍ଭବ ହୋଇପାରିଛି । ଅସ୍ଥିର ସରକାର ଥିଲେ ଏହା କେବେବି ହୋଇପାରିନଥାନ୍ତା ବୋଲି ଦମ୍ଭୋକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Spread the love