ଓଡିଶାର ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଦିଲ୍ଲୀ ପଠାନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ  ଓଡିଶାର ଚାଷୀମାନେ ମଧ୍ୟ ଲାଭ ପଇବାକୁ ଯାଉଛନ୍ତି । ଓଡିଶା ସରକାର ପ୍ରାରମ୍ଭରେ କାଳିଆ ଯୋଜନା କରି ପିଏମ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ କରେଇବା ପାଇଁ ଅମଙ୍ଗ ହେଇଥିଲେ ।

କିନ୍ତୁ ସାହାସ ଥିଲେ ନରେନ୍ଦ୍ର ମୋଦିଙ୍କ ପଇସାକୁ ଓଡିଶାର ଚାଷୀମାନଙ୍କୁ ବନ୍ଦ କରି ଦେଖାଅ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା । ଏବେ ଓଡିଶା ସରକାର ଦିଲ୍ଲୀକୁ ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ତାଲିକା ପଠାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ସେ ଓଡିଶାର ଭୂମିହୀନ ଚାଷୀଙ୍କୁ ବାଦ୍ ଦେଲେ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭଲ ଭାବେ ଜମିବାଡି ପ୍ରମାଣ ଏବଂ ବ୍ୟାଙ୍କ୍ ଖାତା ସହ ଦିଲ୍ଲୀକୁ ପଠାଇବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ବୌଦ୍ଧର କଂଟାମାଳ ଠାରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଉତରପ୍ରଦେଶର ଗୋରଖପୁର ଠାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ସିଧାସଳଖ ଟଙ୍କା ଦେବାର ପ୍ରଧାନମବୀ କିଷାନ ଯୋଜନା ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ରାଷ୍ଟ୍ରୀୟ ଲୋକାର୍ପଣ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଶାରୁ ୯ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ ପଠାଯାଇଛି । କିନ୍ତୁ ୯ଲକ୍ଷ କାହିଁକି, ନବୀନ ବାବୁ କାଳିଆ ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଲାଭ ଦେବା କଥା କହିଲେ । ଆରମ୍ଭରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ୧୨ ଲକ୍ଷ ଚାଷୀଙ୍କୁ ଟଙ୍କା ପଠାଇବାର ଦାବୀ କଲେ । ତା ହେଲେ ଦିଲ୍ଲୀ ସରକାରଙ୍କୁ ଟାଳଟୁଳ ନୀତି ଅବଲମ୍ବନ ସରକାର କାହିଁକି କରୁଛନ୍ତି । ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଲୋକଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ତାଲିକା ପଠାଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଓଡିଶାରେ ଭୂମିହୀନ ଚାଷୀଙ୍କୁ ବାଦ୍ ଦେଲେ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ତା ହେଲେ ୪୫ ଲକ୍ଷ ତାଲିକା ନପଠାଇ ୯ ଲକ୍ଷ ତାଲିକା କାହିଁକି ପଠାଇଲେ ? ରାଜ୍ୟ ସରକାର ପ୍ରଥମ ୧୨ ଲକ୍ଷ ଚାଷୀଙ୍କ ତାଲିକା ପଠାଇଲେ ନାହିଁ । ୯-୧୨ର ହିସାବ କାଳିଆ ଯୋଜନାର ହିତାଧିକାରୀ ତାଲିକା ନେଇ ସନ୍ଦେହ ଦେଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନା କରି ଚଳିତ ବଜେଟ ୨୦୧୮ -୧୯ ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କଲେ । ୨୦୧୯ -୨୦ ପାଇଁ ୭୫ ହଜାର କୋଟି ଟଙ୍କା ବଜେଟରେ ଅର୍ଥ ବ୍ୟବସ୍ଥା କଲେ । ଆଗାମୀ ଦିନରେ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ବୃଦ୍ଧି ମଧ୍ୟ କରାଯାଇପାରେ ବୋଲି ଅର୍ଥମନ୍ତ୍ରୀ କହିଲେ ।

ଅନ୍ୟପଟେ କିନ୍ତୁ ଓଡିଶା ସରକାର ବଜେଟର ବ୍ୟବସ୍ଥା କରିନାହାନ୍ତି । ଏ ଘର ମାଉସୀ ସେ ଘର ପିଉସୀ ନାଁରେ ଏପଟ ସେପଟ କରିଟଙ୍କା ଯୋଗାଡ କରିବାର ଲକ୍ଷ୍ୟ ରଖିଛନ୍ତି । 

କାଳିଆ ଯୋଜନାରେ ପ୍ରଥମେ ୧୨ ଲକ୍ଷ ତାଲିକା ରଖିଦିଆଗଲା । ପରେ ଗଣମାଧ୍ୟମରେ ଯୋଜନାରେ , ବିଧାୟକଙ୍କ ସମ୍ପର୍କୀୟ ଓ ସରକାରୀ କର୍ମଚାରୀଙ୍କ ନାଁଥିବା ଗଣମାଧ୍ୟମରେ ପ୍ରକାଶ ପାଇଲା । କାଳିଆ ଯୋଜନା ଥିଲାବାଲା ନା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହାକୁ ଓଡିଶା ସରକାର କାଳବିଳମ୍ବ ନକରି ୪୫ ଲକ୍ଷ ଲୋକଙ୍କର ନିର୍ଭୁଲ ତାଲିକା ଜମିବାଡି ପ୍ରମାଣ ଏବଂ ବ୍ୟାଙ୍କ  ଖାତା ସହ ଦିଲ୍ଲୀ ପଠାଇଦିଅନ୍ତୁ ବୋଲି ଆମର ଦାବୀ ଅଛି । ଭୂମିହୀନ, କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସଂଖ୍ୟା ୫୦ ଲକ୍ଷ ବୋଲି ରାଜ୍ୟ ସରକାର ଦାବୀ କରୁଥିବା ବେଳେ ୬୭ ଲକ୍ଷ ଫର୍ମ କେଉଁଠୁଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଡିଓ, ସରପଂଚ ପ୍ରଧାନମବୀ ଆବାସ ଯୋଜନା କିମ୍ବା ଭତା ଦେଲୋ ବେଲେ ପିସି ହେଉଛି । ଏହା ଅର୍ଥ କାଳିଆ ଯୋଜନାରେ ଯେଉଁମାନେ ଲାଭ ପାଇବେ ସେମାନଙ୍କୁ ସରପଂଚ, ବିଡିଓ ଓ ଅଧିକାରୀମାନେ ମଞ୍ଜୁରୀ ଦେଲେ ଚାଷୀଙ୍କୁ ଯାଇ ଲାଭ ମିଳିବ । ବିକଳ୍ପରେ ତାଲିକା ଦେଲେ ସିଧସଳଖ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବା ନରେନ୍ଦ୍ର ମୋଦିଙ୍କ ଯୋଜନା ।

ଏହାର ତଦାରଖର ଆବଶ୍ୟକତା ନାହିଁ । ଆଜି ଏକ ସାଙ୍କେତିକ ଯୋଜନା ନାଁରେ ଓଡିଶାର ଚାଷୀ ମାନଙ୍କୁ ବଂଚିତ କରିବାର ଚେଷ୍ଟା କରାଯାଉଛି । ନରେନ୍ଦ୍ର ମୋଦି ଓ ଓଡିଶା ଚାଷୀଙ୍କ ମଧ୍ୟରେ ବ୍ୟବଧାନ ତିଆରି କରନ୍ତୁ ନାହିଁ ବୋଲି ସରକାରଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ବୌଦ୍ଧ ଅଂଚଳରେ ପିଇବା ପାଣିର ସମସ୍ୟା ଦେଖାଯାଇଛି । ୧୯ ବର୍ଷରେ ଯେଉଁ ସରକାର ପଇବା ପାଣି ଦେଇନାହିଁ ସେ ସରକାର ଚାଷୀଙ୍କ ବିକାଶ କଥା କହୁଛି । ଏ ଅଂଚଳରେ ୨୪ ଘଂଟା ବିଜୁଳି ନାହିଁ, ରାଜ୍ୟରେ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ, ଶିକ୍ଷକଙ୍କୁ ପଇସା ଦେବାକୁ ପଇସା ନାହିଁ । ଓଡିଶାର \ ବିକାଶ ବାଟବଣା ହୋଇଗଲାଣି ।

ଓଡିଶାର ବିକାଶ ସମ୍ବେଦନହାନ, ଦୁିର୍ନୀତିଗ୍ରସ୍ତ, ମିଛୁଆ ସରକାର ହାତରେ ଅଛି । ପୂର୍ବରୁ ଓଡିଶା ରେଳବାଇର ବିକାଶ ପାଇଁ ଟଙ୍କା ଆସୁଥିବା ବେଳେ ମୋଦିଙ୍କ ସରକାରରେ ପର୍ଯ୍ୟାପ୍ତ ଟଙ୍କା ଆସିଛି । କିନ୍ତୁ ରାଜ୍ୟ ସରକାର ଜମିଯୋଗାଇ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରୁଥିବା ଏଠିକାର ଏମପି ଓ ବିଧାୟକଙ୍କୁ ଜିତେଉଇବା ପାଇଁ ପଡିବ । ଯେଉଁ ସରକାରରୋଜଗାର ଦେଇପାରୁନାହିଁ, ପିଇବା ପାଣି, ଚାଷୀଙ୍କୁ ଠକେ, ସେ ରାଜ୍ୟ ସରକାରକୁ ବଦଳେଇବା ଦରକାର ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ରାଜ୍ୟ ସରକାର ବଦଳିଲେ ମୋଦି ସରକାର ହେବ । ଫିର୍ ଏକ ବାର୍ ମୋଦି ସରକାର ହେବ । ଏଥିପାଇଁ ପରିଶ୍ରମ କରିବାକୁ ପଡିବ । ଓଡିଶାର ଗୋଟେ ଟ୍ରେନରେ ଦୁଇ ଦୁଇଟି ଇଞ୍ଜିନ ଲଗାଇବାର ଆବଶ୍ୟକତା ରହିଛି । ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ଲଗାଇବା ନେଇ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Spread the love