ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, ପଚାରିଲେ ଦୁଇଟି ପ୍ରଶ୍ନ

ରାଜ୍ୟ ସରକାରଙ୍କୁ ପୁଣି ହରଡଘଣାରେ ପକାଇଲେ  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଦୁଇଟି  ପ୍ରଶ୍ନ ପଚାରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । 19 ବର୍ଷରେ ରାଜ୍ୟ ସରକାର କଣ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ ଆଗାମୀ ଦିନରେ କଣ ଯୋଜନା ଏହାକୁ ରାଜ୍ୟ ସରକାର ପ୍ରସଙ୍ଗ କରନ୍ତୁ ଓ ପରିପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି । ସରକାରୀ ଦଳ ମୋଦି ଓ ପରିବତର୍ତ୍ତନ ଏହି ଦୁଇ ଶଦ୍ଦ ସହ୍ୟ କରିପାରୁନାହାନ୍ତି ।  ସ୍ଥିର ଓ ସ୍ଥାୟୀ ସରକାର ଥିଲେ ମଧ୍ୟ ଶିଶୁ ମୃତ୍ୟୁ ହାର, ଦାରିଦ୍ର‌୍ୟତାରେ ଓଡ଼ିଶା ତଳଆଡ଼ୁ ଏକ କିମ୍ବା ଦୁଇ ନମ୍ବରରେ ପ୍ରତିଯୋଗିତା କରୁଛି । ଅପାରଗ ସରକାର କହିଲେ ବିରକ୍ତ ହେଉଛନ୍ତି ରାଜ୍ୟ ସରକାର । ଓଡ଼ିଆ ଲୋକଙ୍କୁ କେବଳ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ନବୀନଙ୍କ ନିର୍ବାଚନ ପ୍ରଚାରର ସ୍ଲୋଗାନ୍ ‘ଓଡ଼ିଶାର ପରିଚୟ ନବୀନ’କୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି , ପାଦ ତଳୁ ମାଟି ଖସୁଥିବାରୁ ନବୀନ କହୁଛନ୍ତି ଯେ, ସେ ଓଡିଆଙ୍କ ପରିଚୟ । ଓଡ଼ିଶା ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ବୁଝିପାରୁନାହାନ୍ତି । ଦଳବଳ ଧରି ଗୁଣ୍ଡାରାଜ ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି ବିଜେଡି ସରକାର । ରାଜ୍ୟ ନିର୍ବାଚନ ଅଧିକାରୀ ସରକାରୀ ଦଳର ସାଧାରଣ ସଂପାଦକ ପରି କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।

Spread the love