ଆଠଗଡ଼ରେ ସଭା ମଞ୍ଚରୁ ବିଜେଡିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା

ଆଠଗଡ଼ରେ ସଭା ମଞ୍ଚରୁ ବିଜେଡିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା । ଆବାସ ଯୋଜନା ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ହିତାଧିକାରୀଙ୍କ ସଠିକ୍ ତାଲିକା ଦେଉନାହାନ୍ତି ଓଡ଼ିଶା ସରକାର । 2 ବର୍ଷରେ ମୋଦି ଦେଲେଣି ସାଢ଼େ 4 ଲକ୍ଷ ଘର । ହିସାବ ଦେଖିଲେ, ଦିନକୁ ତିଆରି ହେବା କଥା 9 ହଜାର ଘର । ହେଲେ ଦିନକୁ ମାତ୍ର 32ଟି ଘର ତିଆରି କରିଛନ୍ତି ରାଜ୍ୟ ସରକାର । ସିଏଜି ରିପୋର୍ଟ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କ ନିଶାନା । ଆଠଗଡ଼ରେ ହିତାଧିକାରୀଙ୍କୁ ଘର ନଦେଇ ଫେରାଇଦେଲେ କେନ୍ଦ୍ରକୁ । `ଆଠଗଡ଼ବାସୀଙ୍କ ଅଧିକାର ମାରିବାକୁ କିଏ ଦେଲା ଅଧିକାର ?’ ।

ମୃତ ହିତାଧିକାରୀଙ୍କ ନାଁରେ ଆସୁଛି ଘର । ଖୁଣ୍ଟାକଟା ଗାଁର ପଞ୍ଚା ଦେଇଙ୍କ ମୃତ୍ୟୁ 2019 ମସିହାରୁ ହେଲାଣି । 2023ରେ ତାଙ୍କୁ ଘର ଦେଇଛନ୍ତି ରାଜ୍ୟ ସରକାର । ଏମିତି ଦୁର୍ନୀତି କରି ବିକାଶ କରୁଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ସେହିପରି ଚାଷୀଙ୍କ ଉନ୍ନତିର କଥା କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ଆଠଗଡ଼ରେ ଚାଷୀଙ୍କ ସ୍ବାର୍ଥ ବଳି ପଡ଼ିଛି । କୁଚକ୍ରୀଙ୍କ ଚକ୍ରାନ୍ତରେ ପେଶି ହେଉଛନ୍ତି ଆଠଗଡ଼ବାସୀ । ମୋଦି ଓଡ଼ିଶା ପାଇଁ ପଠାଉଥିବା ଟଙ୍କା ଯାଉଛି କୁଆଡ଼େ ? । ମାଆ ଭଉଣୀ ମାନଙ୍କ ପାଇଁ ଆସୁଥିବା ଟଙ୍କା ଖାଉଛି କିଏ ? । ରାଜ୍ୟ ସରକାରଙ୍କୁ ହିସାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ସେ ଆହୁରି କହିଛନ୍ତି, ମୋଦି ପଇସା ଦେବାକୁ ରାଜି ହେଲେ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି ।

ଭୋଟ ମାୟାରେ ବାୟା ରାଜ୍ୟ ସରକାର ।. କଥାରେ କହୁଛନ୍ତି ମାଆଙ୍କ ବିକାଶ ହେଲେ କିଛି ବି କରୁ ନାହାନ୍ତି । ମଞ୍ଚରୁ ମନ୍ତ୍ରୀ ରାଜା ସ୍ବାଇଁଙ୍କୁ ଧର୍ମେନ୍ଦ୍ରଙ୍କ ସିଧା ନିଶାନା । ବ୍ୟଭିଚାରରେ ବୁଡ଼ିଥିବା ନେତାଙ୍କ ପାଖକୁ ଯାଉଛନ୍ତି ଆଠଗଡ଼ ବିଧାୟକ । ଏହାସହ ବିଜେଡି ଶାସନରେ ମହିଳା ସୁରକ୍ଷାର ପୋଲ୍ ଖୋଲିରେ ଧର୍ମେନ୍ଦ୍ର । ମହିଳାଙ୍କୁ ଅସମ୍ମାନ ଏବଂ ବ୍ୟଭିଚାରରେ ବୁଡ଼ିଛନ୍ତି ବିଜେଡି ନେତା । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ମଧ୍ୟ ନା ନନେଇ ଟାର୍ଗେଟ କଲେ ଧର୍ମେନ୍ଦ୍ର ।

Spread the love