ତାନ୍ତିଆ ଟୋପେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮/୦୪: ମହାନ କ୍ରାନ୍ତିବୀର ତାନ୍ତିଆ ଟୋପେଙ୍କ ବଳିଦାନ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।  ଟ୍ଵିଟ୍ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ୧୮୫୭ ସ୍ଵତନ୍ତ୍ରତା ସଂଗ୍ରାମର ମହାନ କ୍ରାନ୍ତିବୀର, ଅଦ୍ଵିତୀୟ ସାହାସ ଏବଂ ଶୌର୍ଯ୍ୟର ପ୍ରତିମୂର୍ତ୍ତି ତାନ୍ତିଆ ଟୋପେଙ୍କ ବଳିଦାନ ଦିବସରେ ତାଙ୍କୁ ଶତ ଶତ ପ୍ରଣାମ। ତାଙ୍କର ଅତୁଟ ଦେଶଭକ୍ତି ଏବଂ ବୀରତ୍ଵର ଦେଶ ସଦୈବ ଋଣି ହୋଇ ରହିବେ।

ତାନ୍ତିଆ ଟୋପେ ଭାରତର ଏଭଳି ଜଣେ ମହାନ ସ୍ଵତନ୍ତ୍ରତା ସେନାନୀ ଥିଲେ, ଯିଏ ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପୃଥିବୀ ମାର ଜଣେ ବୀର ସୁପୁତ୍ର ଥିଲେ।

Spread the love