ପାଂଚଦିନିଆ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି । ସେପ୍ଟମ୍ବର ୭ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ପାଂଚଦିନିଆ ଗସ୍ତରେ ଶ୍ରୀ ପ୍ରଧାନ ଉକ୍ତ ତିନି  ଦେଶ ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଆଲୋଚନା କରିବେ । ଏହି ଗସ୍ତରେ ଶ୍ରୀ ପ୍ରଧାନ ଆସନ୍ତା ୧୩ ତାରିଖରେ ଆବୁଧାବୀରେ ଅନୁଷ୍ଠିତ ହେବାକୁ ଥିବା ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଏହି କାର୍ଯ୍ୟକ୍ରମ ୟୁଏଇ ଓ ଭାରତର ମିଳିତ ସହଯୋଗରେ କରାଯାଉଛି । ସାଉଦିଆରବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତି ମନ୍ତ୍ରୀ ଏଚ.ଇ ଖଲିଦ ଏବଂ ଅଲ୍-ଫଲ୍ଲି ଓ ସାଉଦିଆରବର ତୈଳ କମ୍ପାନୀ ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଶ୍ରୀ ପ୍ରଧାନ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ଆଲୋଚନା କରିବେ । ପ୍ରକାଶ ଥାଉକି, ସାଉଦିଆରବ ପାରମ୍ପାରିକ ରୂପରେ ଭାରତକୁ କଚ୍ଚା ତୈଳ ରପ୍ତାନୀ କରିବା ଦିଗରେ ପ୍ରଥମା ସେହିପରି ୟୁଏଇ ଗସ୍ତରେ ଶ୍ରୀ ପ୍ରଧାନ ୟୁଏଇର ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁହାଲି ମହମ୍ମଦ ଫରାଜ ଅଲ୍ମଜ୍ରୌଇ ଏବଂ ରାଷ୍ଟ୍ରମନ୍ତ୍ରୀ ତଥା ଏଡିଏନଓସି ଗ୍ରୁପର ଅଧ୍ୟକ୍ଷ ସୁଲତାନ୍ ଅହମ୍ମଦ ଅଲ୍ ଜାବେରଙ୍କୁ ସାକ୍ଷାତ୍ କରି ଭାରତ-ୟୁଏଇ ଋଣନୈତିକ ବୁଝାମଣା ଏବଂ ହାଇଡ୍ରୋକାର୍ବନ ଓ ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ମଧ୍୍ୟ ଆଲୋଚନା କରିବେ । ଏହାବ୍ୟତିତ ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉକି, ୨୦୨୧ରେ ଭାରତ ୯ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ ଆୟୋଜନ କରିବ । ଏହବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଏଲଏନଜି ଏବଂ ଏଲପିଜି କ୍ଷେତ୍ରରେ ଆଲୋଚନା କରିବେ ।

Spread the love