ଭିଡିଓ କନ୍‌ଫ୍ରେନ୍ସିଂ ମାଧ୍ୟମରେ ଶଙ୍କରାଚାର୍ଯ୍ୟଙ୍କ ସହ  ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆୟୋଜିତ ୨୧ ତମ ସାଧନା ଏବଂ ରାଷ୍ଟ୍ରରକ୍ଷା ଶିବିର ଭିଡିଓ କନଫ୍ରେନ୍ସିଂ କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାମିଲ ହୋଇ ନିଜକୁ ଗୌରବାନ୍ୱିତ ମନେକରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସେ କହିଛନ୍ତି, ‘ଏହି ଆଲୋଚନାରେ ସାମିଲହୋଇ ରାଜ୍ୟ, ଦେଶ ତଥା ବିଦେଶର ବିଭିନ୍ନ ବର୍ଗର ଲୋକମାନଙ୍କ ସହ କଥା ହେବାସହ ଜଗତଗୁରୁଙ୍କ ମାନିଧ୍ୟି ଲାଭ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ସମଗ୍ର  ବିଶ୍ୱ କରୋନା ଦ୍ୱାରା ଆକ୍ରାନ୍ତ । ଏହି ସମୟରେ ପୁରୀ ଗୋବର୍ଦ୍ଧନ ମଠର ଜଗତଗୁରୁ ମରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ବିକଳ୍ପ ବିହୀନ ଉନ୍ନତ ବିକାଶର ପରିଭାଷା ଏବଂ ଏହାର କ୍ରିୟାନ୍ୱୟନ ପ୍ରସଙ୍ଗରେ ଆଲୋଚନା ଏକ ସମୟୋପଯୋଗୀ  ପଦକ୍ଷେପ’ ।
ଏହି  କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତେ ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା, ହାତକୁ ସାନିଟାଇଜରରେ ସଫା ରଖିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ଉପରେ ଶ୍ରୀ ପ୍ରଧାନ ମତ ରଖିଛନ୍ତି ।

Spread the love