ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ପଦ୍ମପୁର ଗସ୍ତ କରିଛନ୍ତି ।  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ପକ୍ଷରୁ ସ୍ଥିର କରାଯାଇଛି । ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଶ୍ରୀ ପୁରୋହିତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବରଗଡରୁ ପଦ୍ମପୁର ଯିବା ରାସ୍ତାରେ ଘେଂସ ରାଜମାତା ସ୍ୱର୍ଗୀୟା ମମତା ସିଂ ବରିହାଙ୍କ ପରିବାର ବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ କିଛି ଦିନ ତଳେ ସହିଦ ମାଧୋ ସିଂ ଦାୟଦ ତଥା ଘେଁସ ରାଜମାତା ମମତା ସିଂ ବରିହାଙ୍କ ନିଧନ ହୋଇଥିଲା ।

ପରବର୍ତ୍ତୀ ସମୟରେ ପଦ୍ମପୁରର ମା’ ବନ ଦୁର୍ଗା ମନ୍ଦିରରେ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

Spread the love