ପରିବାର ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦/୦୫: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସପରିବାର ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢାଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନ ୫.୩୦ ଘଂଟା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ  କରିବାକୁ ଓଡିଶା ଓ ଓଡିଶା ବାହାରେ ଓ ସାରା ବିଶ୍ୱରେ ଥିବା ଓଡିଆ ମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ଶ୍ରୀ ପ୍ରଧାନ ସପରିବାର ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଆଜିର ପରିସ୍ଥିତିରେ କରୋନା ବିରୁଦ୍ଧରେ ଲଢେଇ ଲଢି ଦେଶବାସୀଙ୍କୁ ବଂଚାଇବା ହିଁ ଦେଶପ୍ରେମ। ଡାକ୍ତର, ନର୍ସ, ପୋଲିସ କର୍ମୀ ଓ ସମାଜସେବୀମାନେ ଦେଶପ୍ରେମର ନିଦର୍ଶନ ଦେଖାଇଛନ୍ତି। ପ୍ରତିଟି ଓଡିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Spread the love