ସୁଫି ସନ୍ଥ ବେଶ ଦେଖି ଟ୍ରୋଲ କରୁଥିବା ଲୋକଙ୍କୁ ଧର୍ମେନ୍ଦ୍ର ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: ଲମ୍ବା ଦାଢ଼ି, ମୁଣ୍ଡ‌ରେ ଧଳା ପଗଡ଼ି ବାନ୍ଧି ସୁଫି ସନ୍ଥ ବେଶର ନଜର ଆସିଛନ୍ତି ଅଭିନେତା ଧର୍ମେନ୍ଦ୍ର। ଏହି ବେଶରେ ୮୭ ବର୍ଷୀୟ ଧର୍ମେନ୍ଦ୍ରଙ୍କୁ ଚିହ୍ନିବା ମୁସକିଲ ହୋଇଯାଉଛି। ଧର୍ମେନ୍ଦ୍ରଙ୍କୁ କିଛିଦିନ ଭିତରେ ସୁଫି ସନ୍ଥ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ଆଜ୍ଞା ହଁ, ଜି୫ର ଅପ କମିଂ ୱେବ ସିରିଜ, ‘ତାଜ ଡିଭାଇଡେଡ ବାଏ ବ୍ଲଡ’ ଆସିବାକୁ ଯାଉଛି। ଏଥିରେ ଧର୍ମେନ୍ଦ୍ର ଜଣେ ସୁଫି ସନ୍ଥ ଶେଖ ସଲିମ ଚିସ୍ତି ଭୂମିକାରେ ଦର୍ଶକଙ୍କ ସାମ୍ନାରେ ନଜର ଆସିବେ। ସିନେମାରେ ମୋଗଲ ସାମ୍ରାଜ୍ୟ ସହିତ ଜଡ଼ିତ ବିଷୟବସ୍ତୁକୁ ଦର୍ଶକ ଦେଖିବାକୁ ପାଇବେ।

ସିନେମାରେ ଧର୍ମେନ୍ଦ୍ର କିପରି ଦେଖାଯିବେ ତାହାର ଏକ ଫଟୋ ସେୟାର କରି ସେ ଲେଖିଥିଲେ, ‘ ସାଙ୍ଗମ‌ାନେ ମୁଁ  ଏହି ସିନେମାରେ ଜଣେ ସୁଫି ସନ୍ଥ ହୋଇଛି। ଭୂମିକା ଛୋଟ ଅଛି କିନ୍ତୁ ଗୁରୁତ୍ବପୂର୍ଣ୍ଣ ରହିଛି।’ଏହି ଫଟୋକୁ ଦେଖି କିଛିଲୋକେ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଧର୍ମେନ୍ଦ୍ରଙ୍କୁ ଟୋଲ କରିଥିଲେ। ଆଉ କହିଥିଲେ, ‘ ଆପଣ ଜଣେ ସଂଘର୍ଷ କରୁଥିବା ଅଭିନେତାଙ୍କ ଭଳି କାହିଁକି ହେଉଛନ୍ତି।’ ଏହାର ଉତ୍ତର ଧର୍ମେନ୍ଦ୍ର ଅତି ଶାନ୍ତ ଭାବରେ ଦେଇ ଲେଖିଥିଲେ, ‘ଜୀବନ ତ ଏକ ସଂଘର୍ଷ ଅଟେ। ଏହା ଠାରୁ ଅଧିକ କ’ଣ କହିବି।’

Spread the love