ବିଏମ୍‌ସି ଉପରେ ଭରସା କରୁନାହାନ୍ତି ଗାଁଲୋକ- ଦାରୁଠେଙ୍ଗ ସରପଞ୍ଚ

ଭୁବନେଶ୍ୱର ୨୯।୦୮: ବିଏମ୍‌ସି ବାରମ୍ବାର ପ୍ରତିଶୃତି ଦେଇଥିଲେ ହେଁ, କୌଣସି ପ୍ରତିଶୃତି ପାଳନ ହୋଇନାହିଁ l ଯେଉଁଥିପାଇଁ ବିଏମ୍‌ସି ଉପରେ ଦାରୁଠେଙ୍ଗବାସୀ ବିଶ୍ୱାସ କରିପାରୁନାହାନ୍ତି l ତେଣୁ ନଗର ଉନ୍ନୟନ ବିଭାଗ ବା ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ । ଏବଂ ସ୍ଥାୟୀ ସମାଧାନର ବାଟ ବାହାର କରନ୍ତୁ  l  ସୋମବାର ମଧ୍ୟ ବୈଠକ ବସିବ । ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ l ବର୍ତ୍ତମାନ ସୁଦ୍ଧା ସେଠାରେ ଅଳିଆ ପଡୁନାହିଁ l ସ୍ଥାୟୀ ସମାଧାନର ବାଟ ନବାହାରିବା ପର୍ଯ୍ୟନ୍ତ ଅଳିଆ ସେଠାରେ ପଡିବା ବନ୍ଦ ରହିବ ବୋଲି କହିଛନ୍ତି ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ।

ସେହିପରି ଅନ୍ୟପଟେ ଦାରୁଠେଙ୍ଗ ଡମ୍ପିଂୟାଡ ବିବାଦ ମାମଲାରେ ମୁହଁ ଖୋଲିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ୭୨ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ। ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି । ମେୟର ଓ କମିଶନର ଘଟଣାକୁ ନେଇ ଆଲୋଚନା କରୁଛନ୍ତି । ଗ୍ରାମବାସୀମାନଙ୍କୁ ବୁଝା ଚାଲିଛି । ଆଶା ଅଛି ୨କି ୩ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ।  ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଛି ।

Spread the love