ପୌର ରାୟ : ବିଜେପି ଖାତାକୁ ଗଲା ଢେଙ୍କାନାଳ ପୌର ପରିଷଦ

ଢେଙ୍କାନାଳ ୨୬।୦୩ : ବିଜେପି ଖାତାକୁ ଗଲା ଢେଙ୍କାନାଳ ପୌର ପରିଷଦ । ଅଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥୀ ୧୬, ୮୬୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ଅନିମା ନାୟକ ୧୨, ୭୧୯ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୧୪୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ସେହିପରି ପୌର ପରିଷଦରେ ମୋଟ ୨୩ଟି କାଉନ୍‌ସିଲ ଆସନ ମଧ୍ୟରୁ ବିଜେଡି ଖାତାକୁ ୧୩ଟି ଆସନ ଯାଇଛି । ବାକି ବିଜେପି ଖାତାକୁ ୯ଟି ଆସନ ଯାଇଥିବା ବେଳେ ସ୍ୱଧୀନ ଖାତାକୁ ଗୋଟିଏ ଆସନ ଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଓ୍ୱାର୍ଡରୁ କିଏ ଜିତିଛି- ୱାର୍ଡନଂ ୧ ବିଜେପିର ବଳରାମ ସେଠି,  ୱାର୍ଡ ନଂ.୨ରୁ ବିଜେଡିର ଦୀପ୍ତି ରଞ୍ଜନ ସେଠି, ୱାର୍ଡ ନଂ ୩ରୁ ବିଜେଡିର  ଅଭିମନ୍ୟୁ ପଣ୍ଡା, ୱାର୍ଡ ନଂ ୪ ରୁ ବିଜେଡିର ଲିପିକା ଦାସ, ୱାର୍ଡ ନଂ ୫ ରୁ ବିଜେଡିର ପ୍ରକାଶ ଚନ୍ଦ୍ର କୁଅଁର, ୱାର୍ଡ ନଂ ୬ରୁ ବିଜେଡି ପ୍ରାର୍ଥୀ ସନ୍ଦୀପ ଷଢଙ୍ଗୀ, ୱାର୍ଡ ନଂ ୭ରୁ  ବିଜେଡିର ସସ୍ମିତା ଭଞ୍ଜ,  ୱାର୍ଡ ନଂ ୮ରୁ ବିଜେପିର ପ୍ରତାପ ନାଏକ, ୱାର୍ଡନଂ ୯ରୁ ବିଜେପି ସୂର୍ଯ୍ୟ ପ୍ରତାପ ରାଉତ, ୱାର୍ଡ ନଂ ୧୦ ରୁ ବିଜେପିର  ସୁମିତ୍ରା ମଲ୍ଲିକ, ୱାର୍ଡ ନଂ ୧୧ ରୁ ବିଜେପି ର ଲଷ୍ମୀପ୍ରିୟା ଦଳେଇ, ୱାର୍ଡ ନଂ ୧୨ ରୁ ବିଜେଡିର ଶୁଭଲଷ୍ମୀ ସାହୁ, ୱାର୍ଡ ନଂ ୧୩ରୁ ବିଜେଡିର ସାଗିର ମହମ୍ମଦ, ୱାର୍ଡ ନଂ ୧୪ ରୁ ସ୍ୱଧୀନ ପ୍ରାର୍ଥୀ ବଂଶୀଧର  ଦେହୁରୀ ଦଳେଇ, ୱାର୍ଡ ନଂ ୧୫ ରୁ ବିଜେପିର ନିରୋଦ ଚନ୍ଦ୍ର ସାହୁ, ୱାର୍ଡ ନଂ ୧୬ରୁ  ବିଜେଡିର ସବିତା ବେହେରା, ୱାର୍ଡ ନଂ.୧୭ ରୁ  ବିଜେଡିର  ମଧୁସ୍ମିତା ସ୍ୱାଇଁ, ୱାର୍ଡ ନଂ ୧୮ ରୁ ବିଜେଡିର  ଗୀତା ଦେହୁରୀ, ୱାର୍ଡ ନଂ ୧୯ରୁ ବିଜେପିର ଅନିତା ମଲ୍ଲିକ, ୱାର୍ଡ ନଂ  ୨୦ରୁ  ବିଜେଡିର ରୋଜାଳୀନ ସାହୁ, ୱାର୍ଡ ନଂ ୨୧ରୁ ବିଜେପିର ମମତା ସାହୁ,  ୱାର୍ଡ ନଂ ୨୨ରୁ ବିଜେପିର ସୁମିତ୍ରା ମଲ୍ଲିକ, ୱାର୍ଡ ନଂ ୨୩ରୁ ବିଜେଡିର ବ୍ରହ୍ମାନନ୍ଦ ମଲ୍ଲିକ ବିଜୟୀ ହୋଇଛନ୍ତି ।

Spread the love