ମେଲାଣି ନେବେ ମା’ ଗଜଲକ୍ଷ୍ମୀ

ଢେଙ୍କାନାଳ ୧୯।୧୦ : ବୁଧବାର ଢେଙ୍କାନାଳରେ ମେଲାଣି ନେବେ ମା’ ଗଜଲକ୍ଷ୍ମୀ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ତେବେ ଶେଷ ଦିନରେ ମାଙ୍କର ଦର୍ଶନ ପାଇବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବିଭିନ୍ନ ମଣ୍ଡପକୁ ଯାଇ ମାଙ୍କ ଦର୍ଶନ କରିବା ସହିତ ରଙ୍ଗବେରଙ୍ଗ ସାଜସଜ୍ଜାର ମଜା ନେଇଥିଲେ। ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଏଥର ଖୁବ ଜାକଜମକରେ ପାଳିତ ହୋଇଛି। ଯେହେତୁ ଗଲା ଦୁଇବର୍ଷ ଧରି କୋଭିଡ କଟକଣା ଲାଗି ରହିଥିଲା ଏଥର ପୂର୍ଣ୍ଣ ସାଜସଜାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି।

Spread the love