ଢ଼େଙ୍କାନାଳ ରଥଯାତ୍ରା ସମୟରେ ଅଂଶୁଘାତରେ ଜଣେ ମୃତ

ଢ଼େଙ୍କାନାଳ ରଥଯାତ୍ରା ସମୟରେ ଅଘଟଣ । ଅଂଶୁଘାତରେ ଜଣେ ମୃତ । ମୃତକ ହେଲେ ମୁକ୍ତାଦେଇପୁର ଶାସନର ନିରୋଦ କୁମାର ରଥ । ତାଙ୍କ ବୟସ ୭୦ ବର୍ଷ ହେବ ବୋଲି ଜଣାପଡିଛି । ନିରୋଦ ନିଜ ପତ୍ନୀଙ୍କ ସହ ରଥ ଦେଖିବାକୁ ଆସିଥିଲେ । ଅତ୍ୟଧିକ ଖରା ଗୁଳୁଗୁଳି ହେବା ହେତୁ ହଠାତ୍ ସେ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ବାଇକ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତି କରାଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

Spread the love