କଶ୍ମୀରରେ ତ୍ରିରଙ୍ଗା ଉଡ଼ାଇ ପାରନ୍ତି ଧୋନୀ !

ଭାରତୀୟ ସେନାରେ ଯୋଗ ଦେଇଥିବା ପୂର୍ବତନ କ୍ରିକେଟ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ କାଶ୍ମୀର ଘାଟିରେ ତାଲିମ ନେଉଛନ୍ତି । ଦକ୍ଷିଣ କାଶ୍ମୀରରେ ସେ ସାଧାରଣ ଜବାନମାନଙ୍କ ସହିତ ରହି ନିଜର ଟ୍ରେନିଂ ଜାରି ରଖିଛନ୍ତି । ଧୋନୀ ଆସନ୍ତା ସ୍ୱାଧୀନତା ଦିବରେ ତ୍ରିରଙ୍ଗା ଉଡ଼ାଇ ପାରନ୍ତି ବୋଲି ସୂଚନା ମିଳିଛି । ଧୋନୀ ଲେହକୁ ଯାଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାର ସମ୍ଭାବନା ରହିଛି । ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସେଠାରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ପତାକା ବଦଳରେ ତ୍ରିରଙ୍ଗା ପତାକା ଉଡ଼ିବ । ଭାରତୀୟ ଟେରିରୋରିଆଲ୍‌ ଆର୍ମିରେ ଲେପ୍ଟନାଣ୍ଟରେ ପଦରେ ଅଛନ୍ତି ଧୋନୀ । ସେ ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସଡର୍‌ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି । ସେଥିପାଇଁ ସେ କ୍ରିକେଟର୍‌ ୨ ମାସର ଅବସର ନେଇ ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଉଛନ୍ତି । ଜୁଲାଇ ୩୦ ପର୍ଯ୍ୟନ୍ତ ସେନା ସହିତ ଡ୍ୟୁଟି କରିଥିଲେ । ଏହା ପରେ ୧୫ ଅଗଷ୍ଟ ଯାଏଁ ନିଜ ବାଟାଲିୟନ୍‌ଙ୍କ ସହିତ ରହିବେ । ସେ କ୍ୟାମ୍ପରେ ଅନ୍ୟ ଜବାନଙ୍କ ସହିତ ଫୁଟବଲ୍ ଓ ଭଲିବଲ୍‌ ଖେଳୁଛନ୍ତି । ଏହା ସହିତ ଅଭ୍ୟାସ ମଧ୍ୟ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୧ରେ ଧୋନୀ ଟେରିଟୋରିଆଲ୍‌ ଆର୍ମୀରେ ସାମିଲ ହୋଇ ଥିଲେ । ତାଙ୍କୁ ଲେପ୍ଟନାଣ୍ଟ କର୍ଣ୍ଣଲ୍‌ର ପଦ ମିଳିଛି । ସେ ପାରାଶୁଟ୍‌ ରେଜିମେଣ୍ଟର ୧୦୬ ପାରା ବାଟାଲିୟନର ସଦସ୍ୟ ଅଟନ୍ତି । 

Spread the love