ସ୍ପେଶାଲ ଦୋଷା

ଆବଶ୍ୟକୀୟ ସାମଗ୍ରୀ:
ଚାଉଳ ଗୁଣ୍ଡ ବା ଅଟା- ୨ କପ

ତେଲ- ଆବଶ୍ୟକତା ଅନୁସାରେ

ଲୁଣ- ସ୍ୱାଦ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:
ସର୍ବ ପ୍ରଥମେ ଏକ ପାତ୍ରରେ କିଛି ଚାଉଳ ଗୁଣ୍ଡ ନିଅନ୍ତୁ । ଏବେ ସେଥିରେ ଧୀରେ ଧୀରେ ପାଣି ଢ଼ାଲନ୍ତୁ । ଏବେ ସେଥିରେ ସ୍ବଦାନୁସାରେ ଲୁଣ ଦିଅନ୍ତୁ । ଏହା ପରେ ଏହି ଘୋଳକୁ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଧ୍ୟାନ ଦେବେ ଯେମିତି ଘୋଳଟି ଖୁବ ପତଳା ଭାବେ ପ୍ରସ୍ତୁତ ହେବ । ନଚେତ ଦୋଷା ପ୍ରସ୍ତୁତ କରିବାରେ ଅସୁବିଧା ହେବ । ଏବେ ଏକ ନନଷ୍ଟିକ ପ୍ୟାନ ନିଅନ୍ତୁ । ଏହାକୁ ଧିମା ଆଞ୍ଚରେ ଗ୍ୟାସରେ ବସାନ୍ତୁ । ତାୱା ଗରମ ହୋଇଆସିଲେ ଟିକେ ତେଲ ଦେଇ ଚାରି ପାଖରେ ମାରି ଦିଅନ୍ତୁ । ଏହା ପରେ ଠିକ ମଝାମଝି ସ୍ଥାନରେ ଘୋଳ ଦେଇ ତାହାକୁ ଦୋଷାର ଆକାର ଦିଅନ୍ତୁ । ଧ୍ୟାନ ଦେବେ ଦୋଷା ଯେମିତି ଖୁବ ପତଳା ହୋଇଥିବ। ଗୋଟେ ପଟ ହୋଇ ଆସିଲେ ତାହାକୁ ଓଲଟାଇ ଦିଅନ୍ତୁ । ଅନ୍ୟ ପଟରେ ତେଲ ଦିଅନ୍ତୁ । ସେବେ ଯାଏଁ ସେକାନ୍ତୁ ଯେବେ ପର୍ଯ୍ୟନ୍ତ କ୍ରିସପି ପଣ ନ ଆସିବ । ଭଲ ଭାବରେ ହୋଇଆସିଲେ ତାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ । ଏହାକୁ ଗରମ ଗରମ ଚଟଣି ସହ ମଜା ନିଅନ୍ତୁ ।

Spread the love