ମଧୁମେହ କୁ ନିୟନ୍ତ୍ରଣ ରଖିବା ପାଇଁ ଖାଆନ୍ତୁ ଏହି ଜିନିଷ

ମଧୁମେୟକୁ ନିୟନ୍ତ୍ରଣ କରିବା ପାଇଁ ଏପରି କିଛି ଜୁସ ରହିଛି ଯାହାକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ। ମଧୁମେହ ରେ ସେହିସବୁ ଜିନିଷକୁ ଖାଇବା ଆବଶ୍ୟକ ଯାହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା ରକ୍ତଶର୍କରା ଅଚାନକ ବୃଦ୍ଧି ପାଇ ନଥାଏ।

 ଜାମୁକୋଳି ଜୁସ : ଜାମୁକୋଳି ଜୁସ ସକାଳୁ ଖାଲି ପେଟରେ ସେବନ କରିବା ଖୁବ ହିତକର। ଜାମୁକୋଳି ଇନ୍ସୁଲିନ କୁ ବଢ଼ାଇ ରକ୍ତ ଶର୍କରା କୁ କମାଇବାରେ ସାହାଯ୍ୟ କରିଥାଏ। ଜାମୁକୋଳି ଜୁସ ଫାଇବର ରେ ଭରପୁର ହୋଇଥିବା କାରଣରୁ ମେଟାବୋଲିଯିମ ଦ୍ରୁତ କରିଥାଏ ଏବଂ ମଧୁମେହ ରୋଗୀଙ୍କୁ ସୁସ୍ଥ ରଖିଥାଏ।

 ଅଙ୍କୁରିତ ମେଥି : ଅଙ୍କୁରିତ ମେଥି ସୁଗାର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଅଙ୍କୁରିତ ମେଥିର ଫାଇବର ବ୍ଲଡ଼ ସୁଗାର ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ସକାଳୁ ଆପଣ ଏହାକୁ ଖାଲି ପେଟରେ ସେବନ କରି ପାରିବେ।

 ଡ଼ାଲଚିନି ଚା’ : ଡ଼ାଲଚିନି ଚା’ ବ୍ଲଡ଼ ସୁଗାର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଡ଼ାଲଚିନି ରେ ପଲିଫିନାଲିକସ ରହିଥାଏ ଯାହା ବ୍ଲଡ଼ ସୁଗାର କୁ କମ କରିବାରେ ସାହାଯ୍ୟ କରିବା  ସହିତ କୋଲେଷ୍ଟ୍ରଲ କୁ ମଧ୍ୟ ନିୟନ୍ତ୍ରିତ କରିଥାଏ।

ଭୃଷୁଙ୍ଗା ପତ୍ର : ଭୃଷୁଙ୍ଗା ପାତ୍ରରେ ଥିବା ଅର୍କ ସୁଗାର ଲେବୁଲ କୁ ନିୟନ୍ତ୍ରିତ କରିଥାଏ। ଏହା ଇନ୍ସୁଲିନ କୁ ଆକ୍ଟିଭ କରି ଏହାର ପ୍ରଡକ୍ସନ କୁ ବୃଦ୍ଧି କରିଥାଏ। ତେଣୁ ସକାଳୁ ଖାଲି ପେଟରେ କିଛିଟା ପତ୍ର ସେବନ କରନ୍ତୁ।

ଅମୃତଭଣ୍ଡା : ଅମୃତଭଣ୍ଡା ପେଟ ପାଇଁ ଖୁବ ହିତକର। ଏଥିରେ ଫାଇବର ରହିଥାଏ, ତେଣୁ ପେଟ ସୁସ୍ଥ ରଖିବା ସହିତ ମେଟାବୋଲିଯିମ ସ୍ତରକୁ ବୃଦ୍ଧି କରିଥାଏ। ଯେତେବେଳେ ଆପଣଙ୍କ ପାଚନ କ୍ରିୟା ଠିକ ରହିଥାଏ ସେତେବେଳେ ଇନ୍ସୁଲିନ ସ୍ତର ମଧ୍ୟ ଠିକ ରହିଥାଏ।

Spread the love