ଦିବ୍ୟାଙ୍ଗଙ୍କୁ କୋଳେଇ ନେଲେ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଦୀପ

ବରଗଡ:  ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର । ଭୋଟ ହାତେଇବାକୁ ସମସ୍ତେ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ଜିତିଲେ ସମସ୍ୟାର ସମାଧାନ କରିବାକୁ ପ୍ରାର୍ଥୀ କଥା ଦେଉଛନ୍ତି । ହେଲେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ପଦ୍ମପୁର ବ୍ଲକ ଅନ୍ତର୍ଭୁକ୍ତ ବିରିପାଲି ଗ୍ରାମର ଜଣେ ଯୁବକ ପ୍ରଦୀପ ପୁରୋଦହିତଙ୍କୁ ଖୋଜି ଖୋଜି ଆସିଛନ୍ତି । ଜୟନ୍ତ ନାମକ ଏହି ଯୁବକ ନିଜ ଚକ୍ଷୁରେ କେବେ ଦୁନିଆ ଦେଖିନାହାନ୍ତି। କିନ୍ତୁ ପ୍ରଦୀପ ପୁରୋହିତଙ୍କୁ ଖୋଜି ଖୋଜି ନିଜ ସମସ୍ୟା ଜଣାଇଛନ୍ତି ଏହି ଦୃଷ୍ଟିବାଧିତ ଯୁବକ । ପଦ୍ମପୁର ଉପନିର୍ବାଚନ ପାଇଁ ଘର ଘର ବୁଲୁଛନ୍ତି ପ୍ରଦୀପ ପୁରୋହିତ । ବିରିପାଲି ଗ୍ରାମକୁ ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିବା ଖବର ପାଇ ଦିବ୍ୟାଙ୍ଗ ଯୁବକ ଜଣକ ପଚାରି ପଚାରି  ଯାଇ ପହଞ୍ଚିଥିଲେ ତାଙ୍କ ନିକଟରେ । ଆଉ ତାଙ୍କୁ ପାଇବା ପରେ ବହୁତ ଖୁସି ହୋଇ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହାସହ ଏକ ସୁନ୍ଦର ଗୀତ ଗାଇ ଶୁଣାଇଥିଲେ। ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଦିବ୍ୟାଙ୍ଗଙ୍କୁ ପାଖରେ ପାଇ କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡିଥିଲେ । ଏହାସହ ଆଗାମୀ ଦିନରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଜୟନ୍ତ ଆଗାମୀ ଦିନରେ ଖୁସିରେ ରହିବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।  

Spread the love