ନିଯୁକ୍ତି ଭିତ୍ତିକ ଶିକ୍ଷା ଉପରେ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା
ନୂଆଦିଲ୍ଲୀ : ଦେଶରେ ‘Digital University’ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ‘Digital University’ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା। ଏହି ପଦକ୍ଷେପ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ପରିବର୍ତନ ଆଣିବା ସହ ସୁଲଭ, ସମାନତା, ଉପଲବ୍ଧି, ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ନିଯୁକ୍ତି ଭିତ୍ତିକ ଶିକ୍ଷା ଉପରେ ଦୃଷ୍ଟି ଦେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତାବିତ ‘ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ’ର ରୂପରେଖ ଉପରେ ଆଲୋଚନା କରିଛନ୍ତି । ବୈଠକରେ ‘ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ’ ପାଇଁ Road map ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ବିଭିନ୍ନ ଯୋଜନାଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।