ଦିଗବିଜୟ ସିଂହ କହିଲେ- ଟୋପି ପିନ୍ଧିବେ ମୋଦି

ଇନ୍ଦୋର ୧୫।୧୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ପ୍ରଭାବ ଏବେ ଅନୁଭୂତ ହେଲାଣି। ଏହା କହିଛନ୍ତି ଭାରତ ଯୋଡୋ ଯାତ୍ରା ଆୟୋଜନ ସମିତିର ମୁଖ୍ୟ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ । ରାହୁଲଙ୍କ ମାସକର ଯାତ୍ରାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ମସଜିଦ୍ ଓ ମଦରସା ଯିବାକୁ ବାଧ୍ୟ କରିଦେଇଛି। ଆଗକୁ ମୋଦି ମଧ୍ୟ ଟୋପି ପିନ୍ଧିବେ ବୋଲି କହିଛନ୍ତି ଦିଗବିଜୟ ସିଂହ ।

ଭାରତ ଯୋଡୋ ଯାତ୍ରା ଲାଗି ଇନ୍ଦୋରରେ ପ୍ରସ୍ତୁତି ସମୀକ୍ଷା ଅବସରରେ ଗଣମାଧ୍ୟମ ସହ ଆଲୋଚନାରେ ଦିଗବିଜୟ କହିଛନ୍ତି ଯେ ବିଜେପି ଆଜିକାଲି ଆଲୋଚନା ଲାଗି ଖାସ କରି ରାହୁଲ ଗାନ୍ଧିଙ୍କୁ ବାଚୁଛି, କାରଣ ତାଙ୍କର ଭାରତ ଯୋଡୋ ଯାତ୍ରାର ମାତ୍ର ମାସକରେ ମୋହନ ଭାଗବତ ମଦରସା ଓ ମସଜିଦ୍ ଯିବାକୁ ଲାଗିଲେଣି। ଆଉ କିଛି ଦିନ ଗଲେ ମୋଦି ମଧ୍ୟ ଟୋପି ପିନ୍ଧିବା ଆରମ୍ଭ କରିବେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସାଉଦୀ ଆରବ ଓ ଅନ୍ୟ ଇସ୍ଲାମ ଦେଶକୁ ଗଲେ ସେଠାରେ ଟୋପି ପିନ୍ଧୁଛନ୍ତି, ହେଲେ ଭାରତରେ ପିନ୍ଧୁନଥିଲେ ଏବେ ପିନ୍ଧିବେ।

ଦିଗବିଜୟ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା। ମାତ୍ର ୨ ମାସରେ ଯାତ୍ରାର ପ୍ରଭାବ ଏପରି ପଡିଛି ଯେ ସଂଘର ଜଣେ ବଡ଼ ନେତା ଭାରତରେ ଗରିବ ଆହୁରି ଗରିବ ହୋଇଥିବା ଓ ଧନୀ ଅଧିକ ଧନୀ ହୋଇଥିବା ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଯାତ୍ରା ଯେତେବେଳେ ତାର ଲକ୍ଷ ସ୍ଥଳରେ ପହଞ୍ଚିବ ସେତେବେଳେ ଦେଶରେ କଣ କଣ ହୋଇ ନଥିବ ତାହା କେବଳ ଅନୁମାନ କରାଯାଇପାରେ ବୋଲି ଦିଗବିଜୟ ସିଂହ କହିଛନ୍ତି।

Spread the love