ବିଜେପି ନେତା ଦିଲୀପ ମଲ୍ଲିକଙ୍କ ପିତୃ ବିୟୋଗରେ ଶୋକ

ବିଜେପି ନେତା ତଥା ରଜ୍ୟ ସଂପାଦକ ଦିଲୀପ ମଲ୍ଲିକଙ୍କ ପିତା ଦୁଶାସନ ମଲ୍ଲିକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ, ପ୍ରଭାତୀ ପରିଡା, ପ୍ରକାଶ ବେହେରା, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ସୁରଥ ବିଶ୍ୱାଳ, ହରେକୃଷ୍ଣ ଖୁଂଟିଆ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମଲ୍ଲିକ ଭାରତ ସରକାରଙ୍କ ରେଳ ବିଭାଗରୁ ଅବସର ନେବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ
ା ଗତ ୨୮ ତାରିଖରୁ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ କଟକ ଜିଲ୍ଲାରେ ଶୋକର ଛାଇ ଖେଳିଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବିଜେପି ନେତୃବୃନ୍ଦ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Spread the love