ଶାନ୍ତି, ମୈତ୍ରୀ, ସଦଭାବନା ଭଳି ଶବ୍ଦସସ୍ମିତ ପାତ୍ରଙ୍କ ମୁହଁରେ ଶୋଭା ପାଏ ନାହିଁ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୧୮/୦୨: “ସୈା ଚୁହା ଖା କେ, ବିଲ୍ଲୀ ହଜ୍ କୋ ନିକ୍‌ଲି” ଭଳି ବିଜେଡି ସାଂସଦ ଡ.ସସ୍ମିତ ପାତ୍ରଙ୍କ ଗତ କାଲି ବକ୍ତବ୍ୟ । ଶାନ୍ତି, ମୈତ୍ରୀ, ସଦଭାବନା ଭଳି ଶବ୍ଦ ସସ୍ମିତ ପାତ୍ରଙ୍କ ମୁହଁରେ ଶୋଭା ପାଏ ନାହିଁ । ବରଂ ଏହା ‘ସଇତାନର ବେଦ ପାଠ’ ସଦୃଶ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ସସ୍ମିତ ପାତ୍ର ତାଙ୍କ ନିଜ ଇତିହାସକୁ ଭୁଲି ଯିବା କଥା ନୁହେଁ । ଦଙ୍ଗା ଓ ହିଂସାକାଣ୍ଡରେ ସଂପୃକ୍ତି କାରଣରୁ ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ ଆଧାରରେ ଏକ ରାଷ୍ଟ୍ରୀୟ ଦଳରୁ ତଡା ଖାଇଥିବା ଡ.ପାତ୍ର ନିଜ ଅତୀତକୁ ଭଲ ଭାବେ ସ୍ମରଣ କରି ତାଙ୍କ ଉପରେ ଆସିଥିବା ଅଭିଯୋଗର ଉତର ଦେବା ପରିବର୍ତେ ଏବେକୁ ବଡ ପାଟିରେ ମିଛ କହିବା ବନ୍ଦ କରନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଶାସକ ବିଜେଡିକୁ ପରାଜୟର ଭୟ ଘାରିଛି । ଏହି କାରଣରୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ରାଜନୈତିକ ହିଂସା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିିଛି । ପଂଚାୟତ ନିର୍ବାଚନରେ ଶାସକ ବିଜେଡି କର୍ମୀଙ୍କ ହିଂସା ଓ ଗୁଣ୍ଡାଗର୍ଦ୍ଦିକୁ ପୋଲିସ ପ୍ରଶାସନ ଆଖି ବନ୍ଦ କରି ନୀରବଦ୍ରଷ୍ଟା ସାଜିଛି କାହିଁକି? ଓଡିଶାରେ ହିଂସାକାଣ୍ଡ କାହିଁକି ଉଗ୍ର ରୂପ ଧାରଣ କରୁଛି, ଏହାର ପ୍ରମୁଖ କାରଣ କଣ ଏବଂ ଏଥି ପାଇଁ ଦାୟୀ କିଏ ? ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ଏବଂ ଗୃହ ବିଭାଗର ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟରେ ହିଂସାକାଣ୍ଡକୁ ରୋକିବା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ? ଏହାର ଉତର ନଦେଇ ସସ୍ମିତ ପାତ୍ର ନିଜ ଏବଂ ଶାସକ ବିଜେଡିର ରକ୍ତ ମୁଖା ଚେହେରାକୁ ଘୋଡାଇ ରଖିବାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଆଜି ମଧ୍ୟ ୨ୟ ପଂଚାୟତ ନିର୍ବାଚନ ଭୋଟିଂ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ଘଟଣାମାନ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମର ଚିକିଟି, ଭଦ୍ରକ ଜିଲ୍ଲା ଚାନ୍ଦବାଲି, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲା ସମେତ ବହୁ ସ୍ଥାନରେ ଘଟି ଯାଇଥିବା ହିଂସାକାଣ୍ଡରେ ଶାସକ ବିଜେଡିର ସଂପୃକ୍ତି ପଦାରେ ପଡିଛି । ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଶାସକ ବିଜେଡିର ଆକ୍ରମଣର ଶିକାର ହୋଇଛନ୍ତି ।
ଅପର ପକ୍ଷେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀଙ୍କୁ ନିଜ ଦଳରେ ପ୍ରାଧାନ୍ୟ ଦେଇ ରାଜ୍ୟରେ ଅରାଜକତାକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି । ବିଜେଡି ଦଳରେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂହ, ସଂଜୟ ଦାସବର୍ମା, ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ବହୁ ଅପରାଧି ମନ୍ତ୍ରୀ ଓ ନେତା ଆଜି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ଥିବାର ରାଜ୍ୟବାସୀ ଜାଣି ସାରିଛନ୍ତି । ବର୍ତମାନ ଡ.ସସ୍ମିତ ପାତ୍ର ଏହି ତାଲିକାରେ ଯୋଡି ହୋଇ ସାରିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Spread the love