୨୬କୁ ଘୁଂଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି

ଭୁବନେଶ୍ୱର, ୧୪/୧୦: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି ୨୬କୁ ଘୁଂଚିଲା।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଦୁଇ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ। ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହା କୋଇଲା ଖଣିକୁ ବେଆଇନ ଭାବେ ସିଟିଏଲ ବା କାଷ୍ଟ୍ରୋନ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଆବଣ୍ଟନ ବେଳେ ଅନେକ ଅନିୟମିତତା ହୋଇଥିଲା । ତେବେ ଆଜି କୋର୍ଟଙ୍କ ଦଣ୍ଡ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି ।

Spread the love