ପୁଅ ପାଇଁ ଦିଲ୍ଲୀପ କରିବେ ଭିତିରିଆ ରାଜନୀତି

ବିଜେପି ଛାଡ଼ିବା ପରେ ଦିଲ୍ଳୀପ ରାୟ ଆଉ ନିର୍ବାଚନ ଲଢିବେ ନାହିଁ ! ତେଣୁ 2019ରେ ଦିଲ୍ଳୀପଙ୍କ ସ୍ଥାନରେ ତାଙ୍କ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଯାହାକୁ ନେଇ ରାଉଲକେଲା ରାଜନୀତି ବେଶ ସରଗରମ । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି ।

ଦିଲ୍ଲୀପଙ୍କ ଅନୁପସ୍ଥିତିରେ ସେଠାରେ ବିଜେପି ଦୁର୍ବଳ ସ୍ଥିତିକୁ ଚାଲିଆସିଛି । କେବଳ ସେତିକି ନୁହେଁ, ଜୁଏଲ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ପରିପ୍ରେକ୍ଷୀରେ ଏଥର ପୂର୍ବଭଳି ତାଙ୍କର ପତିଆରା ନାହିଁ । ପରିଣାମରେ ଅକଳରେ ପଡିଯାଇଛି ପଦ୍ମ ଦଳ । ଗତ ନିର୍ବାଚନରେ ଦିଲ୍ଲୀପ ବିଜେପି ଟିକେଟରେ ରାଉରକେଲା ଆସନରୁ ଲଢିଥିଲେ । ବିଜେପି ଛାଡ଼ିବା ପରେ ଦିଲ୍ଲୀପଙ୍କ ପୁଅ ଯଦି ପ୍ରାର୍ଥୀ ହେବେ ତେବେ କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିବ ।

Spread the love