ଚିତ୍ରଶିଳ୍ପୀ ସଜଲ୍ ପାତ୍ରଙ୍କ ପ୍ରଦର୍ଶନୀ Dimension Beyond ଉଦ୍‌ଘାଟିତ

ଭୁବନେଶ୍ୱର, ୦୬/୦୫: କୁହାଯାଏ ଏକ ଚିତ୍ର ବର୍ଣ୍ଣନା କରେ ହଜାର ହଜାର ଶବ୍ଦର କଥା । ଚିତ୍ରକର ଯେତେ ବେଳେ ତୁଳି ଧରି ଅଙ୍କନରେ ମଜ୍ଜି ଯାଏ ସେତେବେଳେ ସେ ଜୀବନ ବାହାରେ ଜୀବନ, ପ୍ରକୃତି ଏବଂ ଆଧ୍ୟାତ୍ମିକତାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ । ତୂଳୀରୁ କାନ୍‌ଭାସ୍‌ରେ ଆଙ୍କି ହୋଇଯାଏ କଳ୍ପନା ବାହାରର ଜୀବନ୍ତ ଚିତ୍ର । ଯାହା ଦେଖେଣାହାରିକୁ ନେଇଯାଏ ନୂଆ ଦୁନିଆକୁ। ଯେଉଁଠି ଏକ ଭିନ୍ନ ଦୃଷ୍ଟିରେ ଜୀବନର ଏକ ନୂଆ ପରିଭାଷା ଅଙ୍କା ହୋଇଥାଏ। 

ଏହି ପ୍ରକାର ସୁନ୍ଦର ଆଧ୍ୟାତ୍ମିକ ଏବଂ ଅନନ୍ୟ ୨୫ଟି ଚିତ୍ରର ପ୍ରଦର୍ଶନୀ ଦେଖିବାକୁ ମିଳିଛି ଦିଲ୍ଲୀର ତ୍ରିବେଣୀ କଳା ସଙ୍ଗମରେ । ଚିତ୍ରଶିଳ୍ପୀ ସଜଲ୍ ପାତ୍ରଙ୍କ ଏପରି ଏକ ଚିତ୍ରକଳା ପ୍ରଦର୍ଶନୀ ମନ୍ତ୍ରମୁଗ୍ଧ କରୁଛି ଉପସ୍ଥିତ ଚିତ୍ରପ୍ରେମୀଙ୍କୁ ।  “Dimension Beyond” ନାମରେ ଏହି ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ଜୀବନର ଆଧ୍ୟାତ୍ମ୍ୟ ଏବଂ ଜୀବନକୁ ଦେଖିବାର ଦୃଷ୍ଟି କୋଣର ଅନନ୍ୟ ସମ୍ମିଶ୍ରଣ ଦେଖିବାକୁ ମିଳିଛି। ଏହି ପ୍ରଦର୍ଶନୀର ଉଦ୍‌ଘାଟନ ଉତ୍ସବରେ ପ୍ରସିଦ୍ଧ ବଂଶୀ ବାଦକ ଚେତନ ଯୋଶୀ ଉପସ୍ଥିତ ଥିଲେ । ଗତ ୨ ତାରିଖରୁ ଏହି ଚିତ୍ରକଳା ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ଏହା ୧୦ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ କରାଯିବ।

Spread the love