କିଏ ସେ ଦିନେଶ କାନେରିଆ ? ହିନ୍ଦୁ ବୋଲି ପାକିସ୍ତାନଖେଳାଳୀ ସାଙ୍ଗରେ ଖାଉ ନଥିଲେ

ପାକିସ୍ତାନ କ୍ରିକେଟର ଦାନିଶ କାନେରିଆଙ୍କ ସହ ହେଉଥିଲା ପାତର ଅନ୍ତର । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର । ଯାହାକୁ ନେଇ ଏବେ ଉପୁଜିଛି ବିବାଦ । ତେବେ ଏହି କଥାକୁ ସ୍ବୀକାର କରିଛନ୍ତି ଦାନିଶ କାନେରିଆ । ପାକ ଖେଳାଳି ମୋ ସହିତ ଖାଇବାକୁ ଅମଙ୍ଗ ହେଉଥିଲେ କାରଣ ମୁଁ ଜଣେ ମାତ୍ର ହିନ୍ଦୁ ଖେଳାଳି ଥିଲେ । ସୋଏବ ଅଖତର ଠିକ କହିଛନ୍ତି । ମୁଁ ସେହି ଖେଳାଳିଙ୍କ ନା କହିବି ଯେଉଁମାନେ ମୋ ହିନ୍ଦୁ ହେବା କାରଣରୁ ମୋ ସହ କଥାବାର୍ତ୍ତା କରୁ ନଥିଲେ । ସେତେବେଳେ କହିବାକୁ ସାହସ ହେଉ ନଥିଲା କିନ୍ତୁ ଏବେ ମୁଁ କହିବି ସେମାନଙ୍କ ନାଁ ।

ସୂଚନା ଯୋଗ୍ୟ ଯେ ସୋଏବ ଅଖତର ଏକ ଚାଟ ଶୋ ରେ କହିଛନ୍ତି ଯେ ପୂର୍ବତନ ସ୍ପିନର ଦାନିଶ କାନେରିଆ ହିନ୍ଦୁ ହୋଇଥିବା କାରଣରୁ ପାକିସ୍ତାନୀ କ୍ରିକେଟ ଟିମ ତାଙ୍କ ସହ ପାତର ଅନ୍ତର କରୁଥିଲେ । ସେ କହିଛନ୍ତି, ‘ମୋ କ୍ୟାରିଅର ମୋର ଦୁଇ ତିନି ଜଣଙ୍କ ସହ ଝଗଡା ହୋଇଛି । ଯେତେବେଳେ ସେମାନେ କରାଚି, ପେଶାୱର, ପଞ୍ଜାବର କଥା ହେଉଥିଲେ ମତେ ବହୁତ ରାଗ ଲାଗୁଥିଲା । ଯଦି ଜଣେ ହିନ୍ଦୁ ତାହେଲେ ଅସୁବିଧା କେଉଁଠି, ସେ ଖେଳିବ ନିଶ୍ଚୟ । ସେହି ହିନ୍ଦୁ ହିଁ ତୁମକୁ ଟେଷ୍ଟ ସିରିଜ ଜିତାଇଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ କଥା ସାମ୍ନାକୁ ଆସିଯିବ ତଥାପି କହୁଛି, କିଛି ଖେଳାଳି ମେତେ କହିଥିଲେ ଯେ ଦାନିଶ ଏଠାରୁ କାହଁକି ଖାଇବା ନେଉଛି । ମୁଁ କହିଲି ମୁଁ ତୁମକୁ ଏଠାରୁ ଉଠାଇ ବାହାରକୁ ଫୋପାଡି ଦେବି । କ୍ୟାପ୍ଟେନ ତୁମେ ନିଜ ଘରେ ହୋଇଥିବା । ସେ ତୁମକୁ 6-6ଟି ୱିକେଟ ଆଣି ଦେଇଛି । ଇଂଲଣ୍ଡରେ ଦାନିଶ ଓ ସାମି ହିଁ ଆମକୁ ସିରିଜ ଜିତାଇ ଥିଲେ । ଦାନିଶ ହିନ୍ଦୁ ଥିଲା ବୋଲି ତା ସହିତ ବହୁତ ଅନ୍ୟାୟ ହୋଇଛି । ଅନେକ ଖେଳାଳି ତା ସହ ଖାଇବାକୁ ବି ପସନ୍ଦ କରୁ ନଥିଲେ । ’

Spread the love