ଯମଜ ସନ୍ତାନର ବାପା-ମାଆ ଦୀନେଶ କାର୍ତ୍ତିକ

ନୂଆଦିଲ୍ଲୀ ୨୮।୧୦ :  ଭାରତୀୟ ଦଳର ଜଣାଶୁଣା ଖେଳାଳୀ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଦିନ ଜାଁଳା ସନ୍ତାନର ବାପା ,ମା’ ହୋଇଛନ୍ତି। ତାଙ୍କ ପତ୍ନୀ ଦୀପିକା ପାଲିକଲ୍‌ ଏକାସଙ୍ଗରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କାର୍ତ୍ତିକ ଓ ଦୀପିକା ଦୁହେଁ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାମିଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଅତ୍ୟନ୍ତ ଖୁସି ଥିବା କାର୍ତ୍ତିକ ଲେଖିଛନ୍ତି, ଏବେ ଆମ ପରିବାର ୩ରୁ ୫ ହୋଇଯାଇଛି। ଦୀପିକା ଓ ମୁଁ ଦୁଇ କୁନି ପୁତ୍ର ସନ୍ତାନ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ନାମ ରଖାଯାଇଛି । କାର୍ତ୍ତିକ ଓ ଦୀପିକାଙ୍କ ବ୍ୟତୀତ ଉକ୍ତ ଫଟୋରେ ଗୋଟିଏ ବିଦେଶୀ କୁକୁର ରହିଛି। କାର୍ତ୍ତିକ ଏବେ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା କହିଛନ୍ତି।

Spread the love