ରାଷ୍ଟ୍ରପତି ପାର୍ଥୀନି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାମୁହିକ ପୂଜାର୍ଚ୍ଚନା

ଫୁଲବାଣୀ ୧୭/୦୭: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ l ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦୀତା କରୁଛନ୍ତି l ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନାକରି ଫୁଲବାଣୀ ବିଜେପି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନସହ ସହିତ ପୂଜାର୍ଚ୍ଚନା କରାଯାଇଛି।

ନିଶ୍ଚିତ ଭାବେ ଦ୍ରୌପଦୀ ମୁର୍ମୁ ବିଜୟଲାଭ କରିବେ ବୋଲି ବିଜେପି ନେତା କର୍ମୀ ଓ ଫୁଲବାଣୀ  ବାସିନ୍ଦା ଆଶା ପ୍ରକଟ କରିଛନ୍ତିl ଏଥିରେ ପୌରାଧ୍ୟକ୍ଷା ଶ୍ରୀମତି ସ୍ମିତାରାଣୀ ମହାନ୍ତି, ଜିଲ୍ଲା ବିଜେପି ଉପସଭାପତି ରମେଶ ମହାନ୍ତି, ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ଓ ଟୁକୁ ଦଳବେହେରାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେl

Spread the love