ଆଖି ଧରିଥିଲେ ପିଲାଙ୍କୁ ସ୍କୁଲକୁ ପଠାନ୍ତୁ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗୀ ସଂଖ୍ୟରେ ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ। ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି। ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ। ସେହି ଅନୁସାରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢିଛି। ଆଖିଧରା ରୋଗ ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ।  ରୁମାଲରେ କିମ୍ବା ଆଖିରେ ହାତ ମାରିବା ବ୍ୟକ୍ତି ସହ ଅନ୍ୟ ବ୍ୟକ୍ତି ସଂପର୍କରେ ଆସିଲେ ଏହା ବ୍ୟାପେ। କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ। ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହକ ଭିତରେ ଆଖି ଭଲ ହୋଇଯାଏ। ବିଭିନ୍ନ ପରିସ୍ଥିତି ଭିତରେ ଜୀବାଣୁମାନେ ଅଛନ୍ତି। କ୍ଲଷ୍ଟରରେ ହେଲେ ସଂଖ୍ୟା ବଢ଼ିଚାଲେ, ଆତଙ୍କିତ ହେଲା ଭଳି କିଛି ନାହିଁ। ହାତ ଦ୍ୱାରା ଏହା ବ୍ୟାପିଥାଏ। ଏଣୁ ହାତ ବାରମ୍ବାର ଧୋଇବା ଦରକାର। ଏହା ହେଲେ ଜ୍ୱର ହେବା ଓ ମୁଣ୍ଡ ବିନ୍ଧିବାର ସମ୍ଭାବନା ଥାଏ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Spread the love