ଆଜି ମୋଦି – ଜୋ ବାଇଡେନଙ୍କ ସହ ଆଲୋଚନା

 ନୂଆଦିଲ୍ଲୀ: ଆଜି କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ମିଟିଂ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦକ୍ଷିଣ ଏସିଆର ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ତଥା ପାରସ୍ପରିକ ଦ୍ୱିପାକ୍ଷିକ ସହଯୋଗ ଉପରେ ଉଭୟ ନେତା ଗୁରୁତ୍ବାରୋପ କରିବା ସହ ମତ ବିନିୟମ କରିବା ନେଇ ସୂଚନା ମିଳିଛି ।ଦୁଇ ଦେଶ ମଧ୍ୟରେ ରହି ଆସିଥିବା ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମତ ବିନିମୟ ହେବ।

Spread the love