ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ

 ଚୌଦ୍ୱାର ଠାରେ ଏକ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପାର୍କ ଚାଲୁହେଲେ ୧୦ ହଜାର ଲୋକଙ୍କ କାମ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ୫ଟି ଚେୟାରମ୍ୟାନ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଆଶ୍ୱାସନା ଦେଇଛନ୍ତି । ୫ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ କହିଛନ୍ତି କି, ପାର୍କ ପାଇଁ ବିସ୍ଥାପିତ ହେବାକୁ ଥିବା ୬୦୦ ପରିବାରକୁ ରାଜ୍ୟସରକାର ଉଚିତ କ୍ଷତିପୂରଣ ପ୍ରଦାନ କରିବେ ।ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରିଥିବା ବିଭିନ୍ନ ଜନହିତକର ଯୋଜନା ବାବଦରେ ଲୋକମାନଙ୍କୁ ସୂଚିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

Spread the love