ମୋ ବସ୍‌ ସେବାକୁ ନେଇ ବିବାଦ; ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ କୋଣାର୍କ ବାସିନ୍ଦା

କୋଣାର୍କ ୦୯/୧୦: କୋଣାର୍କରୁ ଭୁବନେଶ୍ଵର ୭୦, ୭୧ ନମ୍ବରର ଚାରୋଟି ମୋ ବସ ଯିବାଆସିବା କରିବା ବେଳେ ବିଭିନ୍ନ ସମୟରେ ଘରୋଇ ବସ ପକ୍ଷରୁ ‘ମୋ ବସ’କୁ ବନ୍ଦ କରିବା, ଅଟକ ରଖିବା ଏବଂ ଢେଲାମାଡ଼ ହେବାରୁ ଗତ  ୪ ଦିନ ହେଲା ୭୧ ନମ୍ବର ବସ୍‌ଟି କୋଣାର୍କ ଆସୁନାହିଁ। ଫଳରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ଗୋଟିଏ ପଟେ ଘରୋଇ ବସ ଚଳାଚଳ ପାଇଁ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ହେଉଛି। ଠିକ୍‌ ସମୟରେ ଯାତ୍ରୀ ନପହଞ୍ଚିବା ହେଉ ବା ସାଧାରଣ ଲୋକମାନଙ୍କୁ ଘରୋଇ ବସ ଡ୍ରାଇଭର ଓ ହେଲପର ଖରାପ ବ୍ୟବହାର କରୁଥିବାରୁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଲିଖିତ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ବେହେରା କୋଣାର୍କ ବାସିନ୍ଦାଙ୍କ ଅଭିଯୋଗ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ୭୧ ନମ୍ବର ମୋ ବସ୍ କିପରି ସାଧାରଣ ଯାତ୍ରୀ ଓ ଦିବ୍ୟାଙ୍ଗଙ୍କ ସେବାରେ ଲାଗିବ ସେଥିପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Spread the love