ପୁରୀରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ, ପ୍ରତିମୂର୍ତ୍ତି ନିକଟରେ ଚା’ ସହ ରଖାଯାଇଛି ଅଇଁଠା ପ୍ଲେଟ୍

ପୁରୀ ୧୩।୬: ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କର ଟିକିଏ ଝଲକ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି । କେବଳ ସେତିକି ନୁହେଁ ବିବାହ, ବ୍ରତ, ଶୁଭ କାର୍ଯ୍ୟ ସହ ବିଭିନ୍ନ ବୈଠକରେ ମଧ୍ୟ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଞ୍ଚ ଉପରେ ରଖାଯାଇଥାଏ। ଆଉ ବୈଠକ ସରିଲେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଯଥାସ୍ଥାନରେ ରଖିବା ପାଇଁ ସମସ୍ତେ ଭୁଲିଯାଆନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ପୌର ସଦନ ତଥା ଟାଉନ ହଲ୍‌ଠାରେ।

କପଡାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିକୁ ବନ୍ଧା ଯାଇ ଯେଉଁଭଳି ଭାବେ ରଖାଯାଇଛି ତାହା ସମସ୍ତଙ୍କ ହୃଦୟକୁ ଆଘାତ ଦେଇଛି । ସ୍ନାନ ଯାତ୍ରା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଟାଉନ ହଲରେ ସମୀକ୍ଷା ବୈଠକ ଚାଲିଥିବା ବେଳେ ଠାକୁରଙ୍କ ପ୍ରତିମୂର୍ତ୍ତି ପାଖରେ ଚାହା ଢଳାଯିବା ସହ ଅଇଁଠା ପ୍ଲେଟ୍ ମଧ୍ୟ ଠାକୁରଙ୍କ ଉପରେ ରଖାଯାଇଛି। ଜଣେ ହିନ୍ଦୁ ତଥା ଜଗନ୍ନାଥ ପ୍ରେମୀ ହିସାବରେ ମହାପ୍ରଭୁଙ୍କ ପ୍ରତି ଏଭଳି ଅସମ୍ମାନ କେତେ ଦୂର ଠିକ୍ ସେନେଇ ଆପଣମାନେ ହିଁ ବିଚାର କରନ୍ତୁ।

Spread the love