ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି; 19 ଜିଲ୍ଲାରେ ନୂଆ ମୁହଁ

ଭୁବନେଶ୍ବର: ଡିସେମ୍ବର 2019ରୁ ଆରମ୍ଭ ହୋଇଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି(ଶୁକ୍ରବାର) ଶେଷରେ ଜିଲ୍ଲା ସଭାପତିଙ୍କ ନା ଘୋଷଣା କରାଯାଇଛି । ଅନେକ କସରତ ଓ ବିଚାର ବିମର୍ଶ ପରେ ଏହି ତାଳିକା ପ୍ରକାଶ କରିଛି ଶାସକ ଦଳ । ଧାର୍ଯ୍ୟ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଦଳ ‘ଜିଲ୍ଲା ସଭାପତି’ମାନଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇଛି । ଡିସେମ୍ବର ୨୭ରୁ ଫେବୃୟାରୀ ୨୬ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିଜର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବିଜେଡି । ସେହି ଅନୁଯାୟୀ ଆଜି ଜିଲ୍ଲା ସଭାପତି ତାଳିକା ଘୋଷଣା ହୋଇଛି । 33ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ 14ଟିରେ ପୁରୁଣା ମୁହଁ ଥିବାବେଳେ 19 ଜିଲ୍ଲାରେ ଦଳ ନୂଆ ନେତୃତ୍ବକୁ ମୈଦାନକୁ ଆଣିଛି । ତେବେ ଆଶ୍ଚର୍ଯ୍ୟକର ଭାବେ କିଛି ପୁରୁଖାଙ୍କୁ ସାଂଗଠନିକ ପଦ ପଦବୀରୁ ବାଦ ଦେଇଛି ଦଳ ।

ନୂଆ ଚେହେରା ଭାବେ ସଭାପତି ପଦ ପାଇଥିବା ଜିଲ୍ଲା ଓ ନେତା ହେଉଛନ୍ତି-

ଅନୁଗୋଳ- ମହେନ୍ଦ୍ର ବସ୍ତିଆ
ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
ବଲାଙ୍ଗୀର- ଟୁକୁନି ସାହୁ
ଦେବଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା
କେନ୍ଦୁଝର- ମାଧବ ସର୍ଦ୍ଦାର
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ମୟୁରଭଞ୍ଜ- କାଶୀନାଥ ହେମ୍ବ୍ରମ
ମୟୁରଭଞ୍ଜ ସଦର- ସୁଦାମ ମାରାଣ୍ଡି
ନବରଙ୍ଗପୁର-ରମେଶ ମାଝୀ
ନୟାଗଡ- ରମେଶ ବେହେରା
ସମ୍ବଲପୁର- ସିଦ୍ଧାର୍ଥ ଦାସ
ସୁନ୍ଦରଗଡ- ବିନୟ ଟପ୍ପୋ
ରାଉରକେଲା- ସାରଦା ନାୟକ

Spread the love