ଆସୁଛି ଦୀପାବଳି : କମୁଛି ଦୀପର ଚାହିଦା

ଚଣ୍ଡିଖୋଲ ୩୧।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସମୟ ବଦଳିବା ସାଙ୍ଗକୁ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ । ହେଲେ ଆଜି ବି ଦୀପାବଳିରେ ମାଟି ଦୀପର ବେଶ ଚାହିଦା ରହିଛି । ଆଗକୁ ଦୀପାବଳି ଆସୁଥିବାରୁ ଏବେ ଚଳଚଞ୍ଚଳ କୁମ୍ଭକାର ପରିବାର ।

ମାଟିରେ ଗଢ଼ା ହେଉଛି ଭଳିକି ଭଳି ଦୀପ । ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୂଂଗୁଡା ପଞ୍ଚାୟତର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୀପାବଳି ପାଇଁ ମହିଳା ମାନେ ତିଆରି କରୁଛନ୍ତି ମାଟି ଦୀପ । ପାଖାପାଖି ୪୦ ପରିବାର ଲୋକେ ଦୀପ ତିଆରି କରୁଛନ୍ତି । ସମୟ ବଦଳିବା ସାଙ୍ଗକୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳିଛି । ଦୀପାବଳିକୁ ଆଲୋକିତ କରିବା ପାଇଁ ଲିଚୁ ଲାଇଟ ଓ ଅନ୍ୟ ଇଲେକ୍ଟ୍ରି ସାମଗ୍ରୀକୁ ଗ୍ରାହକ ଆପଣେଇଛନ୍ତି । ହେଲେ ଆଜି ବି ମାଟି ଦୀପର ମଧ୍ୟ ବେଶ ଚାହିଦା ରହିଛି।  ବିଭିନ୍ନ ଆକୃତିର ଭଳିକି ଭଳି ତିଆରି ଚାଲିଛି ମାଟି ଦୀପ । ପ୍ରତିଟି ଘରେ ମାଟି ଦୀପ ତିଆରିରେ ବ୍ୟସ୍ତ ଦୀପ କାରିଗର। ଛୋଟ ଦୀପଠୁ ଆରମ୍ଭ କରି ବଡ଼ ଦୀପ । ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି ।

Spread the love