ରାଜ୍ୟପାଳଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ଡିଏମକେ ନେତା ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ତାମିଲନାଡୁ ରାଜ୍ୟପାଳ ଓ ବିଜେପି ନେତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଦ୍ରାଭିଡ ମୁନେତ୍ର କଜଘମ (ଡିଏମକେ) ନେତାଙ୍କୁ ରବିବାର ଦଳରୁ ବହିଷ୍କାର କରାଯାଇଛି। ବହିଷ୍କୃତ ନେତା ହେଲେ ଦଳର ମୁଖପାତ୍ର ଶିବାଜୀ କ୍ରିଷ୍ଣମୂର୍ତ୍ତି। ସେ ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବି ଓ ବିଜେପି ନେତ୍ରୀ ଖୁସବ ସୁନ୍ଦରଙ୍କ ବିରୋଧରେ ଅପମାନଜନକ ମନତବ୍ୟ ଦେଇଥିଲେ।
ଏ ସଂକ୍ରାନ୍ତରେ ଡିଏମକେ ସାଧାରଣ ସମ୍ପାଦକ ଦୁରାଇମୁରୁଗାନ ଶିବାଜୀଙ୍କ ଏଭଳି ଆଚରଣ ଯୋଗୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳର ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ବହଷ୍କାର କରାଯାଇଛି ବୋଲି କହିଛନ୍ତି। ଡିଏମକେ ନେତା ଭି ସେଣ୍ଟିଲ ବାଲାଜୀଙ୍କ ପୋର୍ଟଫୋଲିଓକୁ ଅନ୍ୟ ଦୁଇ ମନ୍ତ୍ରୀଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଥିବାରୁ ସେ ରାଜ୍ୟପାଳଙ୍କୁ ସମାଲୋଚନା କରିବା ସମୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ସେହିପରି ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କୁ ଏକ ପୁରୁଣା ପାତ୍ର ବୋଲି କହିଥିଲେ।

Spread the love