ପୂଜା ସମୟରେ ଆଦୌ ବି ତଳେ ରଖନ୍ତୁନାହିଁ ଏହି ଜିନିଷ

ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ବୋଲି କୁହାଯାଏ। ଏହାଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ଲାଗି ରହିଥାଏ। ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍। ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ତଳେ ରଖିବା ଅନୁଚିତ। ଏହାଦ୍ବାରା ପୂଜାର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢିଯାଇଥାଏ ।

ପୂଜା ସାମଗ୍ରୀକୁ ଭୂମିରେ ରଖନ୍ତୁନାହିଁ

ପୂଜା ପାଠ ସାମଗ୍ରୀକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ କୁହାଯାଏ । ସେଥିଲାଗି ଏହାକୁ କେବେ ଭୂମି ଉପରେ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖାଦେବା ସହିତ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଦୀପ, ଫୁଲ, ମାଳ, ଗଙ୍ଗାଜଳ, ଧୂପଦାନୀ ଆଦି ପୂଜା ସାମଗ୍ରୀକୁ ସର୍ବଦା ଥାଳି ମଧ୍ୟରେ ରଖି କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ ।

ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଆଦୌ ତଳେ ରଖିବା ଅନୁଚିତ

ଅନେକ ଥର ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏହା ଦ୍ବାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବଢ଼ିଯାଏ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ତେଣୁ ଫଟୋ ଏବଂ ମୂର୍ତ୍ତିକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।

ଭୁଲରେ ବି ଶିବଲିଙ୍ଗକୁ ତଳେ ରଖନ୍ତୁ ନାହିଁ

ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ବରଂ ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖିବା ଉଚିତ୍ ।

ଶଙ୍ଖକୁ ଆଦୌ ରଖନ୍ତୁ ନାହିଁ ତଳେ

ଶଙ୍ଖ ବଜାଇବା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏଥିସହିତ ଶଙ୍ଖକୁ ମଧ୍ୟ ମା’ ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଇଥାଏ । ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା କରିବା ଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ।

ଧୂପ, ଦୀପ ଓ ଫୁଲ ଫଳକୁ ତଳେ ରଖନ୍ତୁନାହିଁ

ଭଗବତ ଗୀତା ଅନୁସାରେ, ଦୀପ, ଧୂପ, ଯନ୍ତ୍ର, ଫୁଲ, ତୁଳସୀପତ୍ର, କର୍ପୁର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ । ଏହା ପୂଜା ପାଠରେ ବ୍ୟବହୃତ ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ ।

କଳସକୁ ତଳେ ରଖନ୍ତୁନାହିଁ

ପ୍ରତ୍ୟେକ ପୂଜାରେ କଳସ ସ୍ଥାପନା କରାଯାଇଥାଏ । କୁହାଯାଏ ଏହା ବିନା ପୂଜାର ଫଳ ମିଳି ନଥାଏ । କିନ୍ତୁ ଅନେକ ସମୟରେ ଲୋକ କଳସକୁ ଭୂମି ଉପରେ ରଖିଦେଇଥାନ୍ତି । ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏଥିସହିତ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଆର୍ଥିକ ଅଭାବ ଦେଖାଦେଇଥାଏ । ତେଣୁ ପବିତ୍ର କଳସକୁ ସବୁବେଳେ ଥାଳିରେ ରଖନ୍ତୁ ।

Spread the love