ପ୍ରତି ଶନିବାର କରନ୍ତୁ ଏହି ୧୦ଟି କାମ, ଆପଣଙ୍କ ଉପରେ ରହିବ ଶନିଦେବଙ୍କ କୃପା

ଭୁବନେଶ୍ୱର: ପ୍ରତି ଶନିବାର ଶନିଦେବଙ୍କ ପୂଜା କରାଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ତାଙ୍କର ଖରାପ ଦୃଷ୍ଟି କିମ୍ବା କୋପଦୃଷ୍ଟି ରହିଥାଏ, ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାର୍ଚ୍ଚନା କରିବା ଦରକାର । ଏହାବ୍ୟତୀତ ଯଦି କୁଣ୍ଡଳୀରେ ଶନିଙ୍କର ଅଦ୍ଭୁତ ପ୍ରଭାବ ଦ୍ୱାରା ବ୍ୟକ୍ତି କୌଣସି ରୋଗରେ ପୀଡିତ ହୁଅନ୍ତି, ତେବେ ତାଙ୍କୁ ଭଗବାନ ଶନିଙ୍କ ପୂଜା କରିବା ଦରକାର । ଏମିତି କିଛି ଉପାୟ ଆମେ କହିବୁ ଯାହାକୁ ଶନିବାର ଦିନ କରିବା ଦ୍ୱାରା ଶନିଦେବଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ ।
ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ କାଳି ଗାଇର ସେବା କରିବା ଉଚିତ । ପ୍ରଥମେ ରୋଟି କାଳି ଗାଇକୁ ଖାଇବାକୁ ଦିଅନ୍ତୁ । ତା ସିଙ୍ଗରେ ଗୌଲୀ ବନ୍ଧନ୍ତୁ, ତିଳକ ମଧ୍ୟ ଲଗାନ୍ତୁ । ତା ପରେ ମୋତିଚୁର ଲଡ୍ଡୁ ଖାଇବାକୁ ଦେବା ସହ ଗାଇର ପାଦ ସ୍ପର୍ଶ କରନ୍ତୁ ।
ପ୍ରତିଦିନ ପୂଜା କରିବା ସମୟରେ ମହାମୃତ୍ୟୁଜଂୟ ମନ୍ତ୍ର ଓମ୍ ନମଃ ଶିବାୟ ନାମ ଜପ କରନ୍ତୁ । ଏହାଦ୍ୱାରା ଶନିଙ୍କ କୁପ୍ରଭାବରୁ ଆପଣ ମୁକ୍ତି ପାଇପାରିବେ ।
ଶନିବାର ଦିନ ମାଙ୍କଡଙ୍କୁ ଚଣା ଖାଇବାକୁ ଦିଅନ୍ତୁ । ଏହା ସହିତ କଳା କୁକୁରଙ୍କୁ ମିଠା ରୁଟି ମଧ୍ୟ ଖାଇବାକୁ ଦିଅନ୍ତୁ ।
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଦୁଇବେଳା ଖାଇବା ସମୟରେ ଭୋଜନରେ କଳା ଲୁଣ ଓ କଳା ଲଙ୍କା ବ୍ୟବହାର କରନ୍ତୁ ।
ଘରେ କୌଣସି ଏକ ଅନ୍ଧାର ସ୍ଥାନରେ ଏତ ପାତ୍ରରେ ସୋରିଷ ତେଲ ନେଇ ତା ମଧ୍ୟରେ ତମ୍ବାର ଏକ ସିକ୍କା ପକାଇ ରଖନ୍ତୁ ।

Spread the love