ଶନିବାର ଦିନ କରନ୍ତୁ ଏହି ଉପାୟ, ମିଳିବ ଶୁଭଫଳ
ଶନିବାର ଦିନ ଶନିଙ୍କ ପ୍ରଭାବକୁ ସକାରାତ୍ମକ କରିବା ପାଇଁ ଉପଯୁକ୍ତ ବୋଲି କୁହାଯାଇଥାଏ। କୁହନ୍ତି, ଶନିବାର ଶନିଦେବଙ୍କ ବାର ଏବଂ ଏହି ଦିନ ଆପଣ କିଛି ସହଜ ଉପାୟ ଆପଣାଇ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ।
-ଶନିବାର ଦିନ ଲୁହା, କଳା ବସ୍ତୁ, ଛତା, ବିରିଡାଲି, ଚମଡ଼ା ଜୋତା ଆଦି କିଣିବା ଉଚିତ ନୁହେଁ।
-ଏହି ଦିନ ଶନିଦେବଙ୍କ ମନ୍ଦିରରେ ସୋରିଷ ତେଲର ଦୀପ ଜଳାନ୍ତୁ। ଏଥି ସହିତ କଳା ବିରିଡାଲି କିମ୍ବା କଳା ରାଶି ଶନିଦେବଙ୍କୁ ଅର୍ପଣ କରିପାରିବେ।
-ଗରିବଙ୍କୁ ଦାନ କରନ୍ତୁ କିମ୍ବା ଲୋକଙ୍କୁ ସାହାଯ୍ୟ କରନ୍ତୁ। ଏଥିରେ ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ଏବଂ ଶୁଭଫଳ ପ୍ରଦାନ କରିଥାଆନ୍ତି।
ଶନିବାର ଦିନ ସକାଳେ ସୋରିଷ ତେଲ ମାଲିସ କରି ଗାଧୋଇବା ଉଚିତ।
-ଏହି ଦିନ ଗହମ ପେସାନ୍ତୁ ଏବଂ କିଛି କଳା ଚଣା ବି ଏଥିରେ ମିଶାନ୍ତୁ। ଏଥିରେ ଶନିଦେବଙ୍କଠାରୁ ଆର୍ଥିକ ସମୃଦ୍ଧିର ବରଦାନ ମିଳିଥାଏ।
-ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲର ଦୀପ ଜଳାଇବା ଉଚିତ।
-କୁହାଯାଏ, ଶନିବାର ଦିନ ବଜରଙ୍ଗବାଲୀଙ୍କ ପୂଜା କରିବା ଦ୍ୱାରା ବି ଶନିଙ୍କ ଅଶୁଭ ଫଳ କଟି ଯାଇଥାଏ।
-କଳା ପିମ୍ପୁଡ଼ିଙ୍କୁ ଅଟା ଓ ଚିନି ମିଶାଇ ଖୁଆଇବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।