ସବୁଠାରୁ ସ୍ୱାଧୀନ ଏଠିକାର ବାସିନ୍ଦା, ନା ଆଇନକୁ ଡର ନା ଟ୍ୟାକ୍ସ ଭରିବାର ଚିନ୍ତା

ଆପଣ ପୃଥିବୀର ଯେ କୌଣସି ଦେଶକୁ ଯାଆନ୍ତୁ , ସେଠାରେ ନିଶ୍ଚିତ ଭାବେ ଏକ ସରକାର ଥିବ ଓ ସରକାରଙ୍କର ଆଇନ କାନୁନ ମଧ୍ୟ ଥିବ । ହେଲେ ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବାବଦରେ କହିବାକୁ ଯାଉଛୁ ଯେଉଁଠି ରହିବାକୁ ନା ଦେବାକୁ ପଡେ ଭଡା ନା କୌଣସି ଟ୍ୟାକ୍ସ । ଏଠିକାର ଲୋକଙ୍କ ଉପରେ କୌଣସି ଆଇନ କାମ କରେନାହିଁ ତେଣୁ ସେମାନେ ସେମାନଙ୍କ ଇଚ୍ଛାରେ ସବୁକିଛି କରିଥାନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଲୁସିୟାନାରେ ରହୁଥିବା ଏକ ସିନେମା ପ୍ରଯୋଜକ ରେଞ୍ଜର ରିକ୍ ସ୍ଲାବ ସିଟି ନାମକୁ ଏହି ସ୍ଥାନରେ ୧୪ ଦିନ ରହିଛନ୍ତି । ଏହାପରେ ସେ ଏହି ସ୍ଥାନ ବବଦରେ ନିଜର ଅନୁଭବ ଓ ସ୍ୱତନ୍ତ୍ରତା ବିଷୟରେ କହିଛନ୍ତି । ଯାହା ପଢିବା ପରେ ଆପଣ ମଧ୍ୟ କହିବେ ଏଠିକାର ଲୋକଙ୍କୁ ମିଳିଛି ବାସ୍ତବ ସ୍ୱାଧୀନତା ।

ରେଗିସ୍ତାନ ଅଞ୍ଚଳରେ ତିଆରି ହୋଇଥିବା ଏହି ସ୍ଲାବ ସିଟିରେ ନା କୌଣସି ପାଣିର ବ୍ୟବସ୍ଥା ରହିଛି ନା ଗ୍ୟାସ ନା ବିଜୁଳିର ବ୍ୟବସ୍ଥା । ଏଠାରେ କୌଣସି ଆଇନ କାମ କରେନାହିଁ । ଏଠିକାର ଲୋକଙ୍କ ଉପରେ ସରକାରଙ୍କ ହସ୍ତକ୍ଷେପ ନାମକୁ ମାତ୍ର । ଏହି ସ୍ଥାନଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସୈନ୍ୟଙ୍କ ପାଇଁ ପ୍ରଶିକ୍ଷଣ ସ୍ଥଳ ଭାବେ ନିର୍ମାଣ କରାଯାଇଥିଲା । ୧୯୫୬ ମସିହାରେ ଏହି ଟ୍ରେନିଂ କ୍ୟାମ୍ପକୁ ଭାଙ୍ଗି ଦିଆଯିବା ପରେ ଏହା ଏକ ଆବର୍ଜନାରେ ପରିଣତ ହୋଇଥିଲା । ଧିରେ ଧିରେ ପ୍ରବାସୀ ଓ ପୂର୍ବ ସୈନିକମାନେ ଏଠାରେ ରହିବା ଆରମ୍ଭ କରିଥିଲେ । ଏଠାରେ ରହୁଥିବା ଲୋକଙ୍କର ଦୁନିଆ ସହିତ କିଛି ମତଲବ ନାହିଁ । ଏହାସହ ଏମାନଙ୍କ ପାଇଁ କୌଣସି ସାମାଜିକ ବନ୍ଧନ ମଧ୍ୟ ନାହିଁ ।

ସବୁଠାରୁ ବଡକଥା ହେଉଛି ଏଠାରେ ରହୁଥିବା ଲୋକଙ୍କ ପାଖରେ ସମୟ ଦେଖିବାକୁ ମଧ୍ୟ ଘଣ୍ଟା ନାହିଁ କି ତାରିଖ ବର୍ଷ ଜାଣିବାକୁ କୌଣସି କ୍ୟାଲେଣ୍ଡର ନାହିଁ । ବିଶ୍ୱର କୌଣସି ଖବର ଏମାନଙ୍କ ପାଖରେ ପହଂଚିପାରେ ନାହିଁ । ଏଠିକାର ଲୋକେ କିଛି ବି ପୋଷାକ ପିନ୍ଧି ବୁଲାବୁଲି କରନ୍ତି । ଏଠିକାର ପୁରଷମାନେ ମଧ୍ୟ ମହିଳାଙ୍କ ପୋଷାକ ପରିଧାନ କରିଥାନ୍ତି । ଆଇନ ନଥିବାରୁ ଅପରାଧୀଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ।

Spread the love