ଆସନ୍ତୁ ଜାଣିବା ଡାକ୍ତରମାନେ କାହିଁକି ଧଳା ରଙ୍ଗ ପରିଧାନ କରନ୍ତି

ମହାମାରୀ କରୋନା ସମୟରେ ଡାକ୍ତରଙ୍କ ଗୁରୁତ୍ୱ ଆପଣ ଜାଣିଥିବେ । ଏହି ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ବଞ୍ଚାଇଥାନ୍ତି । ଏଥିଲାଗି ରାଜ୍ୟ ସରକାର ଡାକ୍ତରଙ୍କୁ କରୋନା ଯୋଦ୍ଧାର ଆଖ୍ୟା ମଧ୍ୟ ଦେଇଛନ୍ତି । ଏହି ଡାକ୍ତରମାନେ ଡ୍ୟୁଟି ଟାଇମରେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ଆପଣାଇ ଥାନ୍ତି । ଏହି ଡାକ୍ତର ଯେବେ ରୋଗୀଙ୍କୁ ଦେଖନ୍ତି ସେତିକି ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧିଥାନ୍ତି । ଏହି ଡାକ୍ତର ପୁଣି ଯେତେବେଳେ ଓଟିକୁ ଯାଇଥାନ୍ତି ସେମାନେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ।
ଆସନ୍ତୁ ଜାଣିବା ଡାକ୍ତର କାହିଁକି ଧଳା ଓ ନୀଳ ରଙ୍ଗର ଡ୍ରେସ ପିନ୍ଧନ୍ତି
୧୯ଶହ ଦଶକ ପୂର୍ବରୁ ବୈଜ୍ଞାନିକ ଓ ଲ୍ୟାବ କର୍ମଚାରୀମାନେ ଧଳା ରଙ୍ଗର ଡ୍ରେସ ପିନ୍ଧୁଥିଲେ । ଡାକ୍ତରଙ୍କ ଚିକିତ୍ସାକୁ ଭୁଲ ପ୍ରମାଣିତ କରିବାକୁ ଲାଗିଥିଲେ ବୈଜ୍ଞାନିକ । ବୈଜ୍ଞାନିକ ଏପରି କରି ରାଜା ଓ ମହାରାଜଙ୍କଠାରୁ ପୁରସ୍କୃତ ହେଉଥିଲେ । କିନ୍ତୁ ଏହି ପଦ୍ଧତିକୁ ପରମୂହର୍ତ୍ତରେ ବଦଳାଇ ଦିଆଗଲା । ଚିକିତ୍ସାକୁ ବୈଜ୍ଞାନିକ କ୍ଷେତ୍ରରେ ବଦଳାଇ ଦିଆଗଲା । ଏହାପରେ ଡାକ୍ତରମାନେ ୧୮୮୯ମସିହା ବେଳକୁ ଧଳା ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ଧଳା ଏପରି ଏକ ରଙ୍ଗ ଯାହା ମନକୁ ଶାନ୍ତି ଦେଇଥାନ୍ତି । ଧଳା ରଙ୍ଗ ରୋଗୀଙ୍କ ମନକୁ ଶାନ୍ତି କରିବା ଆଖିକୁ ମଧ୍ୟ ଭଲ ଦେଖାଯାଇଥାଏ । ଏହି ଧଳା ରଙ୍ଗର ଡ୍ରେସ ପରିଧାନ କଲେ ରକ୍ତସଂଚାଳନ ଠିକା ରହିବା ସହ ରୋଗୀ ଓ ଡାକ୍ତର ଶାନ୍ତ ରହିଥାନ୍ତି । କିନ୍ତୁ ଏହି ଡାକ୍ତରମାନେ କାହିଁକି ଅପରେସନ କ୍ଷେତ୍ରରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରୁଛନ୍ତି ଆପଣ ଜାଣନ୍ତି କି, ତାହାଲେ ଆସନ୍ତୁ ଜାଣିବାଟ୍ଟ
ଆଗରୁ ଡାକ୍ତରମାନେ ଅପରେସନ କଲାବେଳେ ଧଳା ରଙ୍ଗର ବସ୍ତ୍ର ପରିଧାନ କରୁଥିଲେ । କିନ୍ତୁ ୧୯୧୪ବେଳକୁ ଜଣେ ପ୍ରଭାବ ଶାଳୀ ଡାକ୍ତର ଆସିବା ପରେ ଏହା ପରିବର୍ତ୍ତନ କରିଦେଇଥିଲେ । ଏହାର କାରଣ ଡାକ୍ତର ଅପରେସନ ବେଳେ ରକ୍ତ ଦେଖି ମାନସିକ ଚିନ୍ତାରେ ନପଡନ୍ତୁ । ଡାକ୍ତର ଅପରେସନବେଳେ ନୀଳ ରଙ୍ଗ ବ୍ୟବହାର କଲେ ଆଖି ଏହାକୁ ଗ୍ରହଣ କରିଥାଏ । ଏଥିଲାଗି ପ୍ରାୟା ୧୦୦ରୁ ୮୦ଭାଗ ଡାକ୍ତର ନିଜ କ୍ଲିନିଙ୍ଗର ରଙ୍ଗ ମଧ୍ୟ ନୀଳ କରିଥାନ୍ତି ।

Spread the love